ଓଡ଼ିଆ ବ୍ଲଗ୍‍

ଏଇ ପଥ
ତାରିଖ : ସେପ୍ଟେମ୍ବର ୧୯, ୨୦୨୫

ସୁଜନପୁର ଗାଁର ଦକ୍ଷିଣକୁ ଅଧମାଇଲ ଦୂରରେ ବହିଯାଉଥିଲା ଚନ୍ଦ୍ରାବତୀ ନଈ ତା’ର କଳ କଳ ସଙ୍ଗୀତ ଗାଇ ଗାଇ । ନଈଖଣ୍ଡିରେ କେଉଁକାଳୁ ଛିଡ଼ାହୋଇ ରହିଥିଲା ଝଙ୍କାଳିଆ ବରଗଛଟିଏ । ତା’ର ପତ୍ରମାନଙ୍କର ଟିକି ଟିକି ବୀଣାରେ ରୁଣୁଝୁଣୁ ଝଙ୍କାର ଉଠୁଥାଏ । ସଞ୍ଜ ବୁଡ଼ିଥାଏ । ଦେବ ଯାଇ ତା’ର ସେହି ଚିହ୍ନା ଗଛମୂଳେ ବସିଲା । ସାମ୍ନାକୁ ଚାହିଁଲା । ପଶ୍ଚିମ ଦିଗ୍‌ବଳୟର ଫିକା ନାଲିକୁ ଅନ୍ଧାର ଗ୍ରାସ କରୁଛି । ଦୀର୍ଘଶ୍ଵାସ ପକାଇ ସେ ମୁହଁ ବୁଲେଇଦେଲା । ଦି’ ଆଣ୍ଠୁ ମଝିରେ ମୁଣ୍ଡ ମାଡ଼ିଦେଇ ଅନାଇଁ ରହିଲା ଚନ୍ଦ୍ରାବତୀ ନଈର ଚହଲା ପାଣି ସୁଅକୁ ।

ପାହାଡ଼ିଆ ନଈ ଚନ୍ଦ୍ରାବତୀର ପ୍ରସ୍ତ ଦୁଇଶହ ଫୁଟରୁ ବେଶି ହେବ ନାହିଁ । ବଇଶାଖୀ ଝାଞ୍ଜିରେ ନଈ ଶୁଖି ସରୁ ଧାର ହୋଇଯାଇଛି । ଖାଲି ବାଲି, ଆଉ ବାଲି । ବଡ଼ ବଡ଼ ରେଞ୍ଚେଡ଼ା ପଥର ଆଗୁଳମାନ ଏଡ଼ି ଏଡ଼ି ଛୋଟିଆ ନଈ ସୁଅର ଗତି । କଷ୍ଟ, କିନ୍ତୁ ଅବିରାମ, ଅବାରିତ । ତା’ର ଛୁଆଁ ଲାଗି ତତଲା ପବନ ବି ଶୀତଳ ହୋଇଯାଉଥିଲା ।

 
ଲେଖକ- ଦାଶରଥି ନନ୍ଦ 
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: ୨୦
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର

Copyright © 2026 Odia Virtual Academy. All rights reserved      Total Visitors-   1

scroll