ଅସ୍ୱୀକରଣ
ଓଡ଼ିଆ ଭର୍ଚୁଆଲ ଏକାଡେମୀ(OVA)ର ଏହି ସରକାରୀ ୱେବ୍ପୋର୍ଟାଲରେ ଦିଆଯାଇଥିବା ସମସ୍ତ ସୂଚନା କେବଳ ଅବଗତି ଉଦ୍ଦେଶ୍ୟରେ ପ୍ରଦତ୍ତ । ଏହା ପଛରେ ଏହି ଏକାଡେମୀର କାହା ସହିତ କୌଣସି ଆଇନଗତ ଚୁକ୍ତିନାମା ନାହିଁ । ଏଠାରେ ପ୍ରଦତ୍ତ ସୂଚନାଗୁଡ଼ିକ କୌଣସି ଆଗୁଆ ବିଜ୍ଞପ୍ତି ବିନା ପରିବର୍ତ୍ତନ କରାଯାଇଥାଏ । ତେବେ ତଟକା ଓ ନିର୍ଭୁଲ ସୂଚନା ଦେବା ପାଇଁ ସମସ୍ତ ଉଦ୍ୟମ ସତ୍ତ୍ୱେ ଏହି ଏକାଡେମୀ ସେଥିପାଇଁ କୌଣସି ପ୍ରକାର ଗ୍ୟାରେଣ୍ଟି ଦେଉ ନାହିଁ ।
ଓଡ଼ିଆ ଭର୍ଚୁଆଲ ଏକାଡେମୀର ଏହି ୱେବ୍ପୋର୍ଟାଲରେ ଥିବା ସୂଚନା, ଏକାଡେମୀର ବିଭିନ୍ନ ଆଭ୍ୟନ୍ତରୀଣ ଓ ବାହ୍ୟ ସୂତ୍ରରୁ ସୃଷ୍ଟ ଓ ପରିଚାଳିତ ହୋଇଥାଏ । ଅନ୍ଲାଇନ୍ ବିଷୟବସ୍ତୁଗୁଡ଼ିକ ପୁସ୍ତକ, ଦଲିଲ୍ ଓ ପୁରାତନ ଅଭିଲେଖ ଇତ୍ୟାଦି ରୂପରେ ଉପଲବ୍ଧ, ଯେଉଁଥିରେ ପୁସ୍ତକ ଲେଖକଙ୍କର ବ୍ୟକ୍ତିଗତ ମତାମତ ବା ଅନ୍ୟ ଅଭିବ୍ୟକ୍ତି ରହିଥାଇପାରେ । ମତବ୍ୟକ୍ତ କରିବାର ସ୍ୱାଧୀନତାକୁ ଏହି ଏକାଡେମୀ ଉତ୍ସାହିତ କରେ । ତେଣୁ ଏହି ମଞ୍ଚରେ ଉପସ୍ଥାପିତ ସୂଚନାକୁ ନିୟନ୍ତ୍ରଣ, ନିରୀକ୍ଷଣ କରି ନଥାଏ ଅବା ଗ୍ୟାରେଣ୍ଟି ଦେଇ ନଥାଏ; ଏଣୁ ଏଥିରେ ପ୍ରକଟିତ କୌଣସି ମତାମତକୁ ପୁଷ୍ଟି କରି ନଥାଏ । ଅତଏବ ଏଭଳି କୌଣସି ବିଷୟବସ୍ତୁକୁ ବ୍ୟବହାର ବା ବିଶ୍ୱାସ କରିବାର ଫଳ ସ୍ୱରୂପ କୌଣସି ସମୟରେ ବି ଓଡ଼ିଆ ଭର୍ଚୁଆଲ ଏକାଡେମୀ ପ୍ରତ୍ୟକ୍ଷ ଭାବରେ ବା ପରୋକ୍ଷ ଭାବରେ କୌଣସି କ୍ଷତି ବା ହାନି ପାଇଁ ଦାୟୀ ବା ଉତ୍ତରଦାୟୀ ହେବ ନାହିଁ । ୱେବସାଇଟରେ ଉପଲବ୍ଧ ସମସ୍ତ ତଥ୍ୟ ଓଡ଼ିଆ ପାଠକମାନଙ୍କ ପାଇଁ ଉଦ୍ଧିଷ୍ଟ । ଯଦି କୌଣସି ଅନୁଷ୍ଠାନ ବା ବ୍ୟକ୍ତିବିଶେଷଙ୍କର କୌଣସି ବହିର ସ୍ୱତ୍ୱାଧିକାର ବାବଦରେ ଅଭିଯୋଗ ଥାଏ, ତେବେ ୱେବସାଇଟରେ ଉପଲବ୍ଧ ଠିକଣାରେ ଯୋଗାଯୋଗ କଲେ ତାହାକୁ ହଟାଇ ଦିଆଯିବ ।