ଓଭିଏ ବିଷୟରେ

 

ଓଡ଼ିଆ ଭାଷା ଖ୍ରୀଷ୍ଟପୂର୍ବକାଳୀନ ଏକ ପ୍ରାଚୀନ ଭାଷା, ଭାରତର ପ୍ରଥମ ରାଜ୍ୟ ଯାହା ଭାଷାଭିତ୍ତିରେ ହିଁ ଗଠିତ ହୋଇଥିଲା । ବହୁ ସାରସ୍ୱତ ସାଧକ ଏହି ଭାଷା ଭଣ୍ଡାରକୁ ପ୍ରାଚୀନ କାଳରୁ ପରିପୁଷ୍ଟ କରିଆସିଅଛନ୍ତି । ଏହି ଓଡ଼ିଆ ଭାଷା, ସାହିତ୍ୟ ଓ ଶବ୍ଦକୋଷ ଆଦିର ଦ୍ରୁତ ବିକାଶସାଧନ, ପ୍ରୋତ୍ସାହନ ଓ ଏହାକୁ ଲୋକପ୍ରିୟ କରିବା ତଥା ସେଗୁଡ଼ିକୁ ଜନସାଧାରଣଙ୍କ ବ୍ୟବହାର ଉପଯୋଗୀ କରିବାଲାଗି ‘ଓଡ଼ିଆ ଭର୍ଚୁଆଲ ଏକାଡେମୀ’ ଗଠନ କରାଯାଇଅଛି । ଏହା ମାଧ୍ୟମରେ ବିରଳ ଦୁର୍ଲ୍ଲଭ ଓଡ଼ିଆ ପୁସ୍ତକ, ଅଭିଧାନ, ପ୍ରାଚୀନ ପତ୍ରପତ୍ରିକା, ପୁରାତନ ସଂଗୀତ, ପ୍ରାଚୀନ ପୋଥି, ବିଜ୍ଞାନ ଓ ଇତିହାସ ସମ୍ବନ୍ଧୀୟ ରଚନା, ଲୋକ ସଂସ୍କୃତି, ଜନଜାତି, ଭାଷା ଓ ସାହିତ୍ୟ, ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଅଭିଭାଷଣ, ଶ୍ରୀଜଗନ୍ନାଥ ସଂସ୍କୃତି, ମନ୍ଦିର ଓ ସ୍ଥାପତ୍ୟ ଆଦିର ଡିଜିଟାଇଜେସନ କରାଯାଇ ଓଡ଼ିଶା ତଥା ଓଡ଼ିଶା ବାହାରେ ଥିବା ପ୍ରବାସୀ ଓଡ଼ିଆମାନଙ୍କୁ ଇଣ୍ଟରନେଟ୍ ମାଧ୍ୟମରେ ବିଭିନ୍ନ ତଥ୍ୟ ଉପଲବ୍ଧର ସୁଯୋଗ ପ୍ରଦାନ କରିବା, ସର୍ବୋପରି ଓଡ଼ିଆକୁ ଜ୍ଞାନ ଓ ବିଜ୍ଞାନର ଭାଷାରୂପେ ପରିଗଣିତ କରିବା ପାଇଁ ଅତୀତ ଓ ବର୍ତ୍ତମାନକୁ ଭବିଷ୍ୟତ ପିଢି ସମ୍ମୁଖରେ ଉପସ୍ଥାପନ କରାଇବା ଏହି ଅନୁଷ୍ଠାନର ମୁଳ ଉଦ୍ଦେଶ୍ୟ ।