ଓଡ଼ିଆ ବ୍ଲଗ୍‍

ରାମ-ରେମୋ ସମ୍ବାଦ
ତାରିଖ : ଅଗଷ୍ଟ ୧୮, ୨୦୨୧

ସେବେ,
ପିତୃ ଆଜ୍ଞା ପାଳନ କରି ରାମ ବନବାସ ଗଲେ ଓ ଅରଣ୍ୟରେ ପିତୃଶୋକ ବାର୍ତ୍ତାରେ ମର୍ମାହତ ହୋଇ, ଗୋଦାବରୀରେ ପିଣ୍ଡଦାନ କଲେ ଓ ନିକଟସ୍ଥ ମୁନି ମାନଙ୍କୁ ଭୋଜନ ଦେଇ ପିତାଙ୍କ ତର୍ପଣ କଲେ ୲
ଏବେ, ପିତା ମାତାଙ୍କ ସମସ୍ତ ଅନୁରୋଧକୁ ଅବଜ୍ଞା କରି ରେମୋ ମାନେ ଅସାମାନ୍ୟ ଅର୍ଥ ଲୋଭ ଓ ଅପ୍ରକାଶ୍ୟ ଚାପରେ ବିଦେଶ ଗମନ କରୁଛନ୍ତି ଓ ପିତା ମାତାଙ୍କ ମୃତ୍ୟୁ ଖବରରେ ଶ୍ବତାଙ୍ଗୀ ମାନଙ୍କ ସହିତ ମଦ୍ୟାଳୟରେ ଅଭକ୍ଷ ଭକ୍ଷଣ କରି ସ୍ବପିଣ୍ଡ ଓ ସ୍ବଧର୍ମ ଭ୍ରଷ୍ଟ କରି ଚାଲିଛନ୍ତି ୲

ସେବେ, ରାମଙ୍କୁ ମିଳିଥିଲେ କିଛି ଭଲ୍ଲୁକ ଓ ବାନର ବନ୍ଧୁ ରୂପେ ୲
ଏବେ, ରେମୋଙ୍କୁ ମିଳୁଛନ୍ତି ବେଶ୍ କିଛି ଭୁଲ୍ ଲୋକ ଓ ବିକୃତ ନର ସାମୟିକ ସାଥି ଭାବେ ୲

ସେବେ, ରାମଙ୍କୁ ମିଳିଥିଲା ପିତୃ ଆଶୀର୍ବାଦ - ଫଳରେ ରାମ ରାଜା ହୋଇ ରାମରାଜ୍ୟ ସ୍ଥାପନ କରିଥିଲେ ୲
ଏବେ, ରେମୋଙ୍କୁ ମିଳୁଛି ପିତୃ ଅଭିସମ୍ପାଦ - ଫଳରେ ରେମୋମାନେ ରାକ୍ଷସ ହୋଇ ବର୍ବରରାଜ୍ ଚଳାଉଛନ୍ତି ୲

ସେବେ, ରାମଙ୍କୁ ପାଛୋଟିଥିଲେ ରାଜ୍ୟବାସୀ, ଦୀପାବଳୀ ଉତ୍ସବ କରି ୲
ଏବେ, ରେମୋମାନେ ହେଉଛନ୍ତି ଜ୍ଞାତି କୁଟୁମ୍ବଙ୍କ ପାଇଁ ସମ୍ପୂର୍ଣ୍ଣ ଅଲୋଡା ଅଚିହ୍ନା ୲

ସେବେ, ରାମ ଥିଲେ ମର୍ଯ୍ୟାଦା ପୁରୁଷ ଉତ୍ତମ ୲
ଏବେ, ରେମୋମାନେ ହେଲେ ଅସଂସ୍କୃତ ସ୍ତ୍ରୈଣ କାପୁରୁଷ ଅଧମ ୲

ଅତଏବ, ରାମଙ୍କୁ ବାରମ୍ବାର ନମସ୍କାର, ରେମୋଙ୍କୁ ବହୁବାର ତିରସ୍କାର ୲










Copyright © 2024 Odia Virtual Academy. All rights reserved      Total Visitors-   1

scroll