ଓଡ଼ିଆ ବ୍ଲଗ୍‍

ସତୀଦାହ ପ୍ରଥା
ତାରିଖ : ଡିସେମ୍ବର ୭, ୨୦୨୧

ଭାରତୀୟ ମହିଳାଙ୍କ ପାଇଁ ୪ ଡିସେମ୍ବର ଏକ ସ୍ମରଣୀୟ ଦିନ । ମହାନ୍ ସମାଜ ସଂସ୍କାରକ ରାଜା ରାମମୋହନ ରାୟଙ୍କ ନେତୃତ୍ଵରେ ସତୀଦାହ ପ୍ରଥାର ଉନ୍ମୁଳନ ପାଇଁ ଉନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଯେଉଁ ନବଜାଗରଣ ଆରମ୍ଭ ହୋଇଥିଲା, ତାର ପରିଣାମ ସ୍ଵରୂପ ତତ୍କାଳୀନ ବ୍ରିଟିଶ୍ ଶାସକ ସାର୍ ଓ୍ଵିଲିୟମ୍ ଓ୍ଵେଣ୍ଟିକ୍ ୪ ଡିସେମ୍ବର ୧୮୨୯ ଦିନରେ ସତୀଦାହ ପ୍ରଥାର ଆନୁଷ୍ଠାନିକ ଉଚ୍ଛେଦ ଘୋଷଣା କରି ଏକ ଆଇନ ପ୍ରଣୟନ କରିଥିଲେ । ପରମ୍ପରା ଓ ଅନ୍ଧବିଶ୍ୱାସର ଆଧାରରେ ଚାଲିଥିବା ଏହି ପ୍ରଥା ଜରିଆରେ ସମାଜର ଲକ୍ଷ ଲକ୍ଷ ସ୍ଵାମୀହରା ମହିଳାଙ୍କୁ ନିଶା ପିଆଇ ଆତଙ୍କିତ କରି ଅତ୍ୟନ୍ତ ବର୍ବରୋଚିତ ଭାବେ ସ୍ଵାମୀର ଜଳନ୍ତା ଚିତାରେ ଜିଅନ୍ତା ଜାଳି ଦେଇ ହତ୍ୟା କରାଯାଉଥିଲା । ମହିଳାମାନଙ୍କ ବିରୋଧରେ ପୁରୁଷପ୍ରଧାନ ସମାଜର ତାହା ସବୁଠାରୁ ବର୍ବରୋଚିତ ଅପରାଧ ଥିଲା ।










Copyright © 2024 Odia Virtual Academy. All rights reserved      Total Visitors-   1

scroll