ଓଡ଼ିଆ ବ୍ଲଗ୍‍

ପଥ ଓ ପଥିକ
ତାରିଖ : ଡିସେମ୍ବର ୧୯, ୨୦୨୫

ପାହାନ୍ତି ତରା ଉଠିଲା, ନୂଆ ଆଲୋକର ଆବେଗ ଆକାଶର ଧମନୀରେ କ୍ରୀଡ଼ା କଲା-। ବଡ଼ମ୍ବାର ପ୍ରସିଦ୍ଧ ପୀଠ ସିଂହନାଥ ଦେଖି ବାହାରିଲୁ । ସାଥିରେ ଜଣେ ଭାରୁଆ, ବୁଦୁବୁଦିକିଆ ବଣ, ଗାଆଁ ଗଣ୍ଡା, ଗହୀର ଗୋହରୀ, ତୋଟା, ମଶାଣି ଦଣ୍ଡା ଡେଇଁ ବେଳ ପହରକୁ ଗୋପିନାଥପୁରରେ ପହଞ୍ଚିଲୁ । ବେସ୍ ବଡ଼ ଗାଆଁ; ରାସ୍ତା କଡ଼ରେ ଶଗଡ଼ ଥୁଆ ହୋଇଛି-। ପିଣ୍ଡାରେ ଲଙ୍ଗଳ ଡେରା ହୋଇଛି । ବାଡ଼ିରେ ନଡ଼ାଗଦା, କୁଟା ଗଦା, ଦାଣ୍ଡରେ ବନ୍ଧା ହୋଇଛନ୍ତି ବଳଦ । ଧୋବଧାବଳିଆ ଦେଖି ଲୋକେ ପ୍ରଶ୍ନକଲା ଆଖିରେ ଚାହୁଁଥାନ୍ତି, କିନ୍ତୁ ଭରସି ପାଖରେ ପଶି ପାରୁ ନ ଥାନ୍ତି । ଗାଆଁର ସାହୁ ମହାଜନ ବେସ୍ ଥିଲାବାଲା; ଦେଖୁଦେଖୁ ଚୌକି ଦିଖଣ୍ଡ ଆଣି ସିମେଣ୍ଟ ପିଣ୍ଡାରେ ପକାଇ ଦେଲେ—ଲୁଗା କାନିରେ ଧୂଳି ଝାଡ଼ି ଦେଇ କହିଲେ—ଆଜ୍ଞା, ବସନ୍ତୁ-।

ଲେଖକ- ଡକ୍ଟର କୁଞ୍ଜବିହାରୀ ଦାସ 
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: 6










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll