କବିଙ୍କ ମତରେ ଯେଉଁମାନେ ଧର୍ମପରାୟଣ, ତଥା ସାତ୍ତ୍ୱିକ ବା ମହତ୍ଜନକ ସେମାନେ ମଧ୍ୟ ଦଣ୍ଡ ପାଇଥାନ୍ତି । ଯେପରି ଯୋଗୀ ଅରବିନ୍ଦଙ୍କ ଗୋଡ଼ ଭାଙ୍ଗିବା ଜନିତ ଯନ୍ତ୍ରଣା, ରାମକୃଷ୍ଣ ପରମହଂସଙ୍କ କ୍ୟାନସର ଜନିତ ଯନ୍ତ୍ରଣା, ବୁଦ୍ଧଦେବଙ୍କ ବାର୍ହାମାଂସ ଭୋଜନ ଜନିତ ଯନ୍ତ୍ରଣା, ଯୀଶୁଖ୍ରୀଷ୍ଟଙ୍କର କ୍ରୁଶବିଦ୍ଧ ଜନିତ ଯନ୍ତ୍ରଣା, ମହାତ୍ମାଗାନ୍ଧୀଙ୍କ ମୃତ୍ୟୁକାଳୀନ ଯନ୍ତ୍ରଣା ଏବଂ ସର୍ବୋପରି ଶ୍ରୀକୃଷ୍ଣଙ୍କର ଜାରାଶବର ଦ୍ୱାରା ଶରାଘାତ ଯନ୍ତ୍ରଣାରେ ଜଗତର ଦୁଃଖକୁ ନିଜେ ଅନୁଭବ କରିପାରିଛନ୍ତି ।
Copyright © 2026 Odia Virtual Academy. All rights reserved Total Visitors- 1
Powered by: ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ