ଓଡ଼ିଆ ବ୍ଲଗ୍‍

ଭାରତ ଭାଗ୍ୟ ବିଧାତା
ତାରିଖ : ସେପ୍ଟେମ୍ବର ୮, ୨୦୨୫

ଋକବେଦର ସୁନ୍ଦର ସୁଲଳିତ ପ୍ରକୃତି ବର୍ଣ୍ଣନାସମ୍ବଳିତ ଋକ୍ ସହିତ ମାନବ ପରିଚିତ ଥିଲା, ସାମବେଦର ସଙ୍ଗୀତମୟ ସାମଗାନର ସ୍ପନ୍ଦନ ଉପଲବ୍‍ଧି କରିଥିଲା । କେଉଁଠି ଏ ବିରାଟ ମହିମାମୟୀ ପ୍ରକୃତି ମୂର୍ତ୍ତିମତୀ ଦେବୀ ରୂପରେ ପୂଜା ପାଇଛନ୍ତି—ଆଉ ମନୁଷ୍ୟ ହୋଇଛି ତା’ର ନିଷ୍ଠାପର ଉପାସକ; କେଉଁଠି ଦେବତା ହୋଇଛି ତାର ସମସ୍ତ ଯାଗଯଜ୍ଞରେ ହବିର୍ଭାଗଭୋକ୍ତା—ମନୁଷ୍ୟ ହୋଇଛି ସେହି ଦେବତାର ଚରୁହୋତୃଯାଜ୍ଞିକ । କିନ୍ତୁ ମନୁଷ୍ୟ ଅଦ୍ୟାବଧି ତାହାର ଅନ୍ତର-ଆତ୍ମାର ଅନନ୍ତ ଆର୍ତ୍ତନାଦ ଯେପରି ଶୁଣି ମଧ୍ୟ ବୁଝି ପାରି ନଥିଲା । ଏହି ହୃଦୟସ୍ପର୍ଶୀ ମର୍ମନ୍ତୁଦ ବାଣୀ ସର୍ବପ୍ରଥମ ‘ଶ୍ଳୋକରୂପେ ସର୍ବ ଅବନୀକି’ ମୁଗ୍‍ଧ କରିଦେଲା । ମନୁଷ୍ୟ ଯେତେବେଳେ କୀଟ-ପତଙ୍ଗ, ଜୀବ-ଜନ୍ତୁ, ବୃକ୍ଷ-ଲତା ଏପରି କି ସମସ୍ତ ପ୍ରକୃତି ଦେହରେ ମଧ୍ୟ ନିଜର ପ୍ରତିବିମ୍ବ ଦର୍ଶନ କରେ, ସେତିକିବେଳେ ହିଁ ସେ ହୁଏ ପ୍ରକୃତ କବି । ସେତିକିବେଳେ ତା’ର ହୃଦୟ ମଧ୍ୟରୁ ଯେଉଁ ଭାବ ଉଚ୍ଛ୍ଵସିତ ହୋଇ ଉଠିଆସେ, ତାହାହିଁ ବାସ୍ତବିକ୍ କବିତା ।

 
ଲେଖକ-  ଶ୍ରୀ ନିତ୍ୟାନନ୍ଦ ମହାପାତ୍ର 
ଅଧିକ ଜାଣନ୍ତୁ...
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll