ଓଡ଼ିଆ ବ୍ଲଗ୍‍

କାଳକୁ କଜ୍ଜ୍ୱଳ
ତାରିଖ : ସେପ୍ଟେମ୍ବର ୮, ୨୦୨୫

ବିଶ୍ୱଯାକ ମଣିଷ ସମସ୍ତେ ଶାନ୍ତି ଚାହାନ୍ତି । ମନୁଷ୍ୟର ବିକାଶ ଲାଗି ଶାନ୍ତି ଅପରିହାର୍ଯ୍ୟ । ଏହି ବିକାଶ ମଧ୍ୟରେ ଆର୍ଥିକ ବିକାଶ, ସାମାଜିକ ବିକାଶ ଓ ରାଜନୀତିକୁ ବିକାଶ ସବୁକିଛି ଅନ୍ତର୍ଭୁକ୍ତ ହୋଇରହିଛି । ତା’ର ଆହୁରି ଉପରକୁ ସାଂସ୍କୃତିକ ବିକାଶ, ଆଧ୍ୟାତ୍ମିକ ବିକାଶ ଅର୍ଥାତ୍‍, ଜଣେ ଜଣେ ସମ୍ମାନଶୀଳ ମଣିଷ ହିସାବରେ ପୃଥିବୀରେ ପ୍ରତ୍ୟେ ମଣିଷର ବିକାଶ । ପୃଥିବୀଯାକ ସଂଗୃହୀତ ହୋଇ ରହିଥିବା ହିସାବଗୁଡ଼ିକ କହି ଦେଉଛି ଯେ ଅଧିକାଂଶ ମନୁଷ୍ୟ ତଥା ମନୁଷ୍ୟଗୋଷ୍ଠୀ ସେହି ବିକାଶରୁ ଏବେ ମଧ୍ୟ ବହୁ ଦୂରରେ ରହିଛନ୍ତି । ଜୀବନର ସର୍ବନିମ୍ନ ଆବଶ୍ୟକତାଗୁଡ଼ିକ ମଧ୍ୟ ପୃଥିବୀରେ ଅଧିକରୁ ଅଧିକ ମଣିଷଙ୍କ ଲାଗି ଏପର୍ଯ୍ୟନ୍ତ ଉପଲବ୍ଧ ହୋଇପାରି ନାହିଁ । ପୃଥିବୀର ଅଧିକ ମନୁଷ୍ୟ ଏବେ ସୁଦ୍ଧା ଜଣେ ଜଣେ ମନୁଷ୍ୟ ହିସାବରେ ଆପଣାର ଅଧିକାରଡ଼ିକ ସମ୍ବନ୍ଧରେ ସଚେତନ ଏବଂ ଜାଗ୍ରତ ହୋଇ ପାରିନାହାନ୍ତି ଏବଂ ଏଣେ ବିଜ୍ଞାନ ମହାକାଶ ମଧ୍ୟକୁ ଯାତ୍ରା କଲାଣି, ଏକବିଂଶ ଶତାବ୍ଦୀରେ ତାହା ଆହୁରି କେତେ କୁଆଡ଼େ ଉଡ଼ିବ ବୋଲି ଏବେଠାରୁ ସ୍ୱପ୍ନମାନ ଦେଖିଲାଣି । 

 
ଲେଖକ- ଲେଖକ-ଚିତ୍ତରଞ୍ଜନ ଦାସ 
ଅଧିକ ଜାଣନ୍ତୁ...
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll