ଲେଖକଙ୍କ ନାମ : ଗୀତା ହୋତା
https://ova.gov.in/de/ReadEbooks?bid=/JLolslkjqI=
ଭାଇ କହିଲା, ପ୍ରକୃତରେ ବିଚରା ଛୋଟ ଜୀବଟିଏ, ଆଖିବୁଜି ଦୁଧ ପିଇଲେ କ’ଣ ହେଲା, ସେ ମଣିଷଠାରୁ ଅନେକ ଊର୍ଦ୍ଧ୍ୱରେ । ବହୁତ ଭଲ । ଯେମିତି ବିଶ୍ୱାସୀ, ସେମିତି ପ୍ରଭୁଭକ୍ତ ଓ ଉପକାରୀ । ଦେଖୁନ, ପିଲା ଯୋଡ଼ାକ କେବେ ରାସ୍ତା ଉପରୁ ଉଠାଇ ଆଣି ରଖିଥିଲେ । ସେ କେବର କଥା କିଏ ମନେ ରଖିଛି । ମାଛ କଣ୍ଟା ଖଣ୍ଡେକି, ଦୁଧ ଟିକେ ଖାଇ ପଡ଼ିଥିଲା । କାହାର ଏତେ ନଜର ଥିଲା ତାକୁ ? ହେଲେ ସେ ଭୁଲିନି ତା’ ଜୀବନଦାତାକୁ । କେମିତି ନିଜ ଜୀବନକୁ ପାଣି ଛଡ଼ାଇ ଦେଇ ଉଦ୍ଧାର କରି ଆଣିଲା ତାରା ଓ ମେଘକୁ ।
Page No:44
Copyright © 2026 Odia Virtual Academy. All rights reserved Total Visitors- 1
Powered by: ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ