ଓଡ଼ିଆ ବ୍ଲଗ୍‍

ସପ୍ତସିନ୍ଧୁ ବିଜୟୀ ମିହିର
ତାରିଖ : ସେପ୍ଟେମ୍ବର ୧୦, ୨୦୨୫

ଯେଉଁ ମୃଗର ନାଭିରେ କସ୍ତୁରୀ ଥାଏ ସେ ମୃଗ ଚାଲିଗଲାବେଳେ ତା’ର ସୁଗନ୍ଧ ଚତୁର୍ଦ୍ଦିଗରେ ବିଞ୍ଚିହୋଇ ପଡ଼େ । ଚନ୍ଦନକୁ ଶିଳାରେ ଘର୍ଷଣ କଲେ ତା’ର ସୁବାସ ଜଣାପଡ଼େ । ପୁଷ୍ପ ପ୍ରସ୍ଫୁଟିତ ହେଲେ ପବନରେ ତା’ର ବାସ ମହକି ଯାଏ । ତୁଳସୀ ଦୁଇପତ୍ରରୁ ବାସି ଉଠେ । 
ସେହିପରି ଯେଉଁ ମନୁଷ୍ୟର ସୁଗୁଣ ଥାଏ, ତାହା ତା’ର ବାଲ୍ୟାବସ୍ଥାରୁ ଜଣାପଡ଼େ । ଯେଉଁ ଅଦ୍ୱିତୀୟ ବୀରଙ୍କ କଥା କହିବାକୁ ଯାଉଛି, ତାଙ୍କର ସୁଗୁଣ କଥା ବାଲ୍ୟକାଳରୁ ଜଣାପଡ଼ି ନ ଥିଲା । କେବଳ ଜଣାପଡ଼ିଥିଲା ଯେ ସେ ଉତ୍ସାହୀ, ଜିଦଖୋର, ଅଧ୍ୟବସାୟୀ, ଧୈର୍ଯ୍ୟଶୀଳ, ଅସୀମ ସାହସୀ ଓ ନିଜ ସଂକଳ୍ପପରେ ଦୃଢ଼ । ଏହିସବୁ ଅପରାଜେୟ ମନୋବଳର ସେ ଅଧିକାରୀ ଥିଲେ । ସେହି ଯୁବକ ଜଣକ ହେଉଛନ୍ତି ଉତ୍କଳର ମୁଖୋଜ୍ଜ୍ୱଳକାରୀ ସନ୍ତାନ ଓ ଭାରତର ଗୌରବ-ରବି ଶ୍ରୀ ମିହିରକୁମାର ସେନଗୁପ୍ତ (ଡାକନାମ ମିହିର ସେନ) ।

ଲେଖକ– ଶ୍ରୀ ରାଜେନ୍ଦ୍ର ବର୍ମା
ଅଧିକ ଜାଣନ୍ତୁ...










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll