ଓଡ଼ିଆ ବ୍ଲଗ୍‍

ତେଣୁ ମୁଁ ନର୍ସ ହେଲି
ତାରିଖ : ଡିସେମ୍ବର ୩୧, ୨୦୨୫

ଏହା ଭିତରେ ଅନେକ ଦିନ ବିତି ଗଲାଣି । ମୁଁ ଯାହା ଲୋକମାନଙ୍କ ଆଗରେ ପ୍ରତିଜ୍ଞା କରିଥିଲି, ମୋ ପ୍ରତିଜ୍ଞା ପୂର୍ଣ୍ଣ ହୋଇଛି ଭଗବାନଙ୍କ କୃପାରୁ । ମିନି B. A. ପାସ୍ କରିଛି । କେବଳ ମୋର ଭାବନା ମାର ମୃତକାଳିନ ଉପଦେଶ ବୁଢ଼ୀର ମୋର ଅବହେଳା କରିବୁନାହିଁ ଏହି କଥା ପଦକ ମନରେ ପଡ଼ିଲେ ଗୋଟାଏ ଭାବନାଆସେ । ମିନି ବର୍ତ୍ତମାନ ଯୁବତୀ, ଉଚ୍ଚ ଶିକ୍ଷିତା, ଆଧୁନିକ,ତେଣୁ ତାହାର ଉପଯୁକ୍ତ ବର ଠିକ୍‌ କରିବାକୁ ହେବ । ମନେ ମନେ ଦୃଷ୍ଟି ପକାଉଥାଏ କିନ୍ତୁ ପାଉ ନଥାଏ । ମୁଁ ଚାକିରି କରିଛି, ମିନି ମଧ୍ୟ B. A. ପାଶକରି ଗାର୍ଲସ ହାଇସ୍କୁଲରେ ମାଷ୍ଟରାଣୀ ହୋଇଛି । ଦରମା ଶହେ ତିରିଶ ଟଙ୍କା ପାଏ । ବାକି ଟଉସନରୁ ଟଙ୍କା ପଚାଶ ଉପାୟ କରେ । ମାସକୁ ମାସ ସେ ଶହେ କୋଡ଼ିଏଟଙ୍କା ମୋ ନାମରେ ମନିଆଡ଼ର କରି ପଠାଏ । ତାର ଇଚ୍ଛା ଆମର କିପରି ଖଣ୍ଡିଏ ଭଲ ଘର ଦେହ, କିନ୍ତୁ ଉଦଯୋଗ କରି କରାଇବାକୁ କେହିଲୋକ ନ ଥିବାରୁ ତାହାର ଇଚ୍ଛା ପୂରଣ ହୋଇପାରେନା ।

ଲେଖକ- ଶ୍ରୀ କୈଳାସଚନ୍ଦ୍ର
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: 53










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll