ଓଡ଼ିଆ ବ୍ଲଗ୍‍

ମାଂସର କୋଣାର୍କ
ତାରିଖ : ସେପ୍ଟେମ୍ବର ୮, ୨୦୨୫

ମୁଁ ମନେମନେ ଭାବୁଥିଲି, ଜୀବନକୁ କେଉଁମାନେ ବେଶୀ ଉପଭୋଗ କଲେ ? କେଉଁମାନେ ପାଇଲେ ବଞ୍ଚିବାର ବିପୁଳତାର ଆସ୍ଵାଦନ ? ଗୋପାଳ ପଧାନ ନା ଗୋପୀ ? ସେଦିନ ପ୍ରାଚୁର୍ଯ୍ୟ ମଧ୍ୟରେ ଥିଲା କ୍ଷୁଧା ଆଜି କ୍ଷୁଧା, ମଧ୍ୟରେ ପ୍ରାଚୁର୍ଯ୍ୟ । ସେଦିନ ଜୀବନର ଦିଗନ୍ତ ଥିଲା ସୀମିତ, ଆଜି ବିସ୍ତୃତ ଦିଗନ୍ତ ମଧ୍ୟରେ ଜୀବନ କିନ୍ତୁ ସଙ୍କୁଚିତ । ସେଦିନ ଦାରିଦ୍ର୍ୟର ଶତ ଅପରିଚ୍ଛନ୍ନତା ମଧ୍ୟରେ ଥିଲା ଏକ ଶୁଚି । ଆଜି ଶୁଚି ମଧ୍ୟରେ ଏକ ଉତ୍କଟ ଅପରିଚ୍ଛନ୍ନତା ! ଅନ୍ଧ ବାଦୁଡ଼ି ପରି ଆମେ ସମସ୍ତେ ଖୋଜି ହେଉଛୁ ଏଇ ବିଷଚକ୍ର ମଧ୍ୟରୁ ନିର୍ଗମନର ଏକ ପଥ–ଗୋପୀ, ସେଇ ବିଫଳ ସଂଗ୍ରାମର ଏକ ସଙ୍କେତ ! ତା’ର ବିସ୍ଫୋରଣ ସେଇ ବ୍ୟର୍ଥତାର ଏକ ପରିଣତି ! 










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll