ଓଡ଼ିଆ ବ୍ଲଗ୍‍

ନିର୍ଜନ ନଦୀର ନୂପୁର
ତାରିଖ : ସେପ୍ଟେମ୍ବର ୮, ୨୦୨୫

ଆମେ ମଣିଷ । ଜଣ କିମ୍ବା ଗଣ କିମ୍ବା ଉଭୟଙ୍କ ସ୍ୱାର୍ଥ ହାସଲ ପାଇଁ ଆମେ ଅଭିନେତା ଅଭିନେତ୍ରୀ । ମୁଁ ଅଭିନୟ କଲି । ଗଣର ସ୍ୱାର୍ଥ ପାଇଁ ମତେ ମୋ ବନ୍ଧୁର କାଚଘର ଭାଙ୍ଗିବାକୁ ପଡ଼ିବ । ଯେଉଁ ସମାଜରେ ମଣିଷ ଚାଳ କୁଡ଼ିଆ ଖଣ୍ଡେ ନ ପାଇ ମୁକ୍ତ ଆକାଶ ତଳେ ପ୍ରକୃତିର ସବୁ ଦାଉକୁ ଦେହରେ ସମ୍ଭାଳି ପାରୁଛି, ସେଇ ସମାଜରେ କାଚକୋଠାର ଆବଶ୍ୟକତା କ’ଣ ? ମୋ ବନ୍ଧୁର ଶୁଭ ମନାସିଲି । ଦୂରରୁ ଲକ୍ଷ୍ୟ କଲି ତା’ କାଚଘର ଉଦ୍ଦେଶ୍ୟରେ ଢେଲା ଫିଙ୍ଗିଲେ ବିସ୍ଫୋରଣ ହେବ ଏବଂ ସେଇ ବିସ୍ଫୋରଣରୁ ମୁଁ ହୁଏତ ରକ୍ଷା ପାଇଯାଇ ପାରେ । କାରଣ ମୁଁ ଚାଲି ଶିଖିଛି । ନିର୍ମଳ କିନ୍ତୁ ସେଇ ସର୍ବଗ୍ରାସୀ ଏକ୍‍ସପ୍ଲୋଜେନରେ ଖଣ୍ଡିଆଖାବରା ହେବ । ହୁଏତ ସେ ଚିରଦିନ ପାଇଁ ଟଳି ପଡ଼ିବ । ତା’ର ଦିଗ୍‍ଦ୍ରଷ୍ଟା ହେବାକୁ ଚାହିଁଲି । ନିର୍ମଳ କାଚଘରୁ ମୁକ୍ତି ପାଇବ । ମୋ କାନ୍ଧରେ କିଛିଦିନ ପାର ହେବା ପରେ ଚାଲି ଶିଖିବ ଏବଂ ମଣିଷ ଜୀବନର ସଂଜ୍ଞା, ଅର୍ଥ ଓ ତା’ର ସତ୍ତା, ପତ୍ତା ପାଇବ ।

 
ଲେଖକ-  ଅଧ୍ୟାପକ ରଘୁନାଥ ସେନାପତି 
ଅଧିକ ଜାଣନ୍ତୁ...
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll