ପଡ଼ିଶା ଘର ହତା ଟଗରଗଛର ଯୋଉ ଡାକଟା ନିରବ ନିଳୟ ପଟକୁ ଝୁଲିପଡ଼ିଥାଏ, ସେଇ ଡାଳର ଫୁଲରେ, ଏତେବଡ଼ ଗଜରା ହାର ଦୁଇଟା, ରାତି ପହାନ୍ତାରୁ ଉଠି ସୁକୁମାରୀ ଆଜି ଗୁନ୍ଥି ସାରିଥାଏ । ସୁକୁମାରୀର ମା’ ସେପର୍ଯ୍ୟନ୍ତ ଡାକ୍ତରଖାନାରେ ପଡ଼ିଥାଏ । ତା’ର କ୍ୟାନସର ଅପରେଶନ ହେଲା ନାହିଁ–ହୋଇପାରିଲା ନାହିଁ । ଅପରେଶନ୍ ପାଇଁ ଉଦ୍ଦିଷ୍ଟ ଟଙ୍କାକୁ ଡାକ୍ତରଙ୍କୁ ଖାଇଯିବାକୁ ନ ଦେଇ ନଟବର ନାମକ ତା’ର ସେଇ ସାଙ୍ଗଟି ଶେଷ ମୁହୂର୍ତ୍ତରେ ଯେଉଁ ନିଷ୍ପତ୍ତି କରିଥିଲା, ସେ ତାହା ହିଁ କଲା; ଆଉ ସତକୁ ସତ କୌଣସି ଗୋଟିଏ ନିର୍ବାଚନ ମେଣ୍ଟରେ ଯୋଗଦେଇ ଟଙ୍କା ସହ ମଫସଲକୁ ପ୍ରଚାର କାର୍ଯ୍ୟରେ ଚାଲିଯାଇଥିଲା ।
ଲେଖକ- ଶାନ୍ତନୁ କୁମାର ଆଚାର୍ଯ୍ୟ ଅଧିକ ଜାଣନ୍ତୁ... ପୃଷ୍ଠା ନମ୍ବର: 7
Copyright © 2026 Odia Virtual Academy. All rights reserved Total Visitors- 1
Powered by: ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ