ଓଡ଼ିଆ ବ୍ଲଗ୍‍

ଚିନାୟେ ବିଷ
ତାରିଖ : ସେପ୍ଟେମ୍ବର ୮, ୨୦୨୫

ଯେଉଁଦିନ ରାତିରେ ଶେଷ ଗାଡ଼ିରେ ଆସିଥିଲୁ, ସେ ଦିନ ଭଳି ଆକାଶରେ କୁହୁଡ଼ି ନ ଥିଲା । ତୁଳା ଚଦର ଭଳି ଚକଚକିଆ ଶୁଭ୍ର ଜ୍ୟୋତ୍ସ୍ନା ଚାରିଆଡ଼ ଧୋଇ ଦେଉଥିଲା । ଶୀତଟା ବି ଯେମିତି କମି ଯାଇଥିଲା । ପାଖରେ ବସିଥିବା ମନୋରମାକୁ ମୁଁ ସ୍ପଷ୍ଟ ଭାବରେ ଦେଖି ପାରୁଥିଲି । ତାର ଶୁଭ୍ର ଜର୍ଜେଟ ଶାଢ଼ିର ଢିଲା ଫେର ଗୁଡ଼ାକ ସ୍ତୂପୀକୃତ ଫେଣଭଳି ମନେ ହେଉଥିଲା । ତା ଭିତରେ ତା ମୁହଁଟା ଦେଖିଲେ ମନେ ହେଉଥିଲା ଗଭୀର ନିଶୀଥରେ ସମସ୍ତଙ୍କ ଦୃଷ୍ଟି ଅନ୍ତରାଳରେ ଯେମିତି କୌଣସି ଗୋଟାଏ ଶୁଭ୍ର ପୁଷ୍ପ ପ୍ରସ୍ଫୁଟିତ ହେଇଚି ।

 
 









ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll