ଓଡ଼ିଆ ବ୍ଲଗ୍‍

ଯାତ୍ରୀ
ତାରିଖ : ସେପ୍ଟେମ୍ବର ୧୧, ୨୦୨୫

କିମ୍ବଦନ୍ତୀ ଅଛି ଯେ, ବ୍ରହ୍ମା ବିରଜାକ୍ଷେତ୍ରରେ ଦଶାଶ୍ଵମେଧ ଯଜ୍ଞ କରୁଥିଲେ । ସେ ଯଜ୍ଞପୂର୍ଣ୍ଣ କରିବାପାଇଁ ସ୍ଵର୍ଗର ଦେବତାମାନଙ୍କ ସହିତ ଗଙ୍ଗାଙ୍କୁ ଆହ୍ୱାନ କଲେ । ଗଙ୍ଗା ନିଜର ଉତ୍ପତ୍ତି ନିମନ୍ତେ ସ୍ଥାନ ନିର୍ବାଚନ କରି ନପାରି ଏହି ଗୁପ୍ତଗଙ୍ଗା ପାହାଡ଼ରେ ପ୍ରକାଶ ହେଲେ । କିନ୍ତୁ ଜୁଆଙ୍ଗମାନେ ଏହି ଆଶ୍ଚର୍ଯ୍ୟ ଜଳସ୍ରୋତ ଦେଖି ଓ ଏହା ତାଙ୍କ ସ୍ଵଚ୍ଛନ୍ଦ ବିହାରର ଅନ୍ତରାୟ ହେବ ବୋଲି ଗୋଟିଏ ଗାଈକୁ କାଟି ପକାଇ ତା’ ମୁଣ୍ଡଟି ଝରଣା ମୁହଁରେ ଠେସ ଦେଲେ । କିନ୍ତୁ ଜଳସ୍ରୋତ ବନ୍ଦ ନ ହୋଇ ସେହି ମୁଣ୍ଡର ନାକପୁଡ଼ାବାଟେ ବାହାରିବାରୁ ଏଠାରେ ଗଙ୍ଗାଙ୍କ ନାମ ହେଲା ‘ଗୋନାସା ପ୍ରଭବା’ । ଗଙ୍ଗା ନିଜର ଜଳ ଅପବିତ୍ର ହେଲା ଭାବି କିଛିଦୂର ବହିଆସି ଏଠାରେ ଗୁପ୍ତ ହେଲେ । ଏଣୁ ଏହିଠାରୁ ତାଙ୍କର ନାମ ହେଲା ‘ଗୁପ୍ତଗଙ୍ଗା’ । 
https://www.ova.gov.in/de/ReadEbooks?bid=aowD1CqYqlU=
ବହି– ଯାତ୍ରୀ
ଲେଖକ – ଉମେଶ ଚନ୍ଦ୍ର ପାଣିଗାହୀ










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll