ଓଡ଼ିଆ ବ୍ଲଗ୍‍

ତୀର୍ଥ-ମାଟି
ତାରିଖ : ସେପ୍ଟେମ୍ବର ୧୦, ୨୦୨୫

ମାଟି ମାଆର ଗଳାରେ ଶିଶିର–ମୁକୁତା ମାଳ ଲମ୍ବାଇଦେଇ ଗାଁ–ପ୍ରକୃତି କୋଳକୁ ଓହ୍ଲେଇ ଆସିଥିବ ଆଶ୍ୱିନ । ଖେତ ବାହାଲରେ ହସି ଉଠୁଥିବ ସୁନାର ଫସଲ କେଣ୍ଡା । ସିରିସିରିଆ ପବନ ଧାନଗଛର ଓଢ଼ଣା ଟାଣି ଚୁମି ଯାଉଥିବ ଲୁଚି ଲୁଚି । କାଶତଣ୍ଡୀର ମଉଛବ ଲାଗିଥିବ ଯୋର ପନ୍ତାରରେ । ଜାତି ଜାତିକା ଫୁଲ ମାଡ଼ିଥିବ ବାରି ଲତା ଗହଳରେ । ଖେତ ବାହାଲରେ ଧାନର ସବୁଜ ଶିରୀ ଦେଖି ଚାଷୀର ପ୍ରାଣ ଉଲୁସି ଉଠୁଥିବ ସତେ ! ପଲ୍‍ସା ମାଳର ଆଟ ଜମିରେ ରାଶି ଆଉ ମୁଗ ଫସଲ ଗହଳରେ ଲୁଚି ଲୁଚି ନାଚୁଥିବେ ଛୋଟ ଛୋଟ ଠେକୁଆ ଆଉ ଗୁଣ୍ଡୁଚି ମୂଷା । ବାରିପଟ ମୁନୁଗା ଗଛରେ ଫୁଲକଢ଼ ନଦି ହୋଇଥିବ । କାଳି ଗାଈଟା ଫଳିଥିଲା । କାଳି ବାଛୁରିଟିଏ ପ୍ରସବ କରିବଣି । କୁରୁଳି ଉଠୁଥିଲା ମହନର ମନ । ଭାବୁ ଭାବୁ ସପନ ରାଇଜର କେଉଁ ନନ୍ଦନକାନନରେ ବୁଲୁଥିଲା ତାର ଅଶରୀରୀ ଆତ୍ମା । 
 

ଲେଖକ– ନରସିଂହ ପ୍ରସାଦ ଗୁରୁ
ଅଧିକ ଜାଣନ୍ତୁ...

 










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll