ଓଡ଼ିଆ ବ୍ଲଗ୍‍

ଭକ୍ତ ସୁଦାମା
ତାରିଖ : ସେପ୍ଟେମ୍ବର ୧୦, ୨୦୨୫

ବର୍ତ୍ତମାନ ତାହାର ଏକମାତ୍ର ସମ୍ୱଳ ଖଣ୍ଡିଏ ମାତ୍ର ଲୁଗା ଓ ମଇଳା ଗାମୁଛା—ଯେପରି ଘରୁ ଶୂନ୍ୟ ହସ୍ତରେ ଆସିଥିଲା, ସେପରି ଫେରୁଛି । ଫଳରେ ପଥଶ୍ରମ ହିଁ ସାର ହୋଇଛି । ତଥାପି ତାର ମନ ପ୍ରସନ୍ନ—ଉଦାର ଓ ଶାନ୍ତ । ତାହା ମନରେ ପରମ ସନ୍ତୋଷ । ସେ ନିଜକୁ ନର ନାରାୟଣ ସେବାରେ ଲଗାଇ ପାରିଛି—ନିଜର ସାମାନ୍ୟ ଭିକ୍ଷାନ୍ନ—ସାମାନ୍ୟ ଧନ ପରର ଉପକାରରେ ଲଗାଇ ପାରିଛି । ଯାହାକୁ ଇଚ୍ଛା, ତାହାକୁ ଦେଇ ନାହିଁ—ଯେ ଉପଯୁକ୍ତ, ଅଭାବଗ୍ରସ୍ତ, ତାହାର ଉପକାରରେ ଲଗାଇ ପାରିଛି । ହୃଦୟର ଏହି ପ୍ରସନ୍ନତାରେ ତାର ମୁଖରେ, ଚକ୍ଷୁରେ ଓ ଅନ୍ତରରେ ଆନନ୍ଦର ଜ୍ୟୋତି ଖେଳି ଯାଉଛି—ଯେପରି ସେ ଜୀବନକୁ ସାର୍ଥକ କରି ପାରିଛି । କିନ୍ତୁ ନିଜେ ଯେ ଦରିଦ୍ରତା ବରଣ କରିଛି, ଭିକ୍ଷାନ୍ନରେ ଜୀବନ କଟାଇବାକୁ ବସିଛି, ସେଥିପାଇଁ ଦୁଃଖ ନାହିଁ ।

ଲେଖକ– ମୁକୁନ୍ଦ ଦାଶ
ଅଧିକ ଜାଣନ୍ତୁ...










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll