ଓଡ଼ିଆ ବ୍ଲଗ୍‍

ଭୂତ-ଗଳ୍ପ
ତାରିଖ : ସେପ୍ଟେମ୍ବର ୧୧, ୨୦୨୫

ସବୁ ଦେଶର ଲୋକେ କହୁଛନ୍ତି ଭୂତ-ପ୍ରେତ ଅଛି । ମୃତ୍ୟୁ ପରେ ମଣିଷ ସୂକ୍ଷ୍ମ ଶରୀର ଘେନି କିଛି କାଳ ଶୂନ୍ୟରେ ବିଚରଣ କରିଥାଏ । ପ୍ରକୃତରେ ଅଜ୍ଞାତ ଶକ୍ତିଟାଏ ବିଦ୍ୟମାନ ଅଛି କି ନାହିଁ, ଏ ପ୍ରଶ୍ନର ଯଥାର୍ଥ ଉତ୍ତର ଏବେ ବି କେହି ଦେଇପାରୁ ନାହିଁ । ହୁଏ ତ ଭବିଷ୍ୟତରେ ସେ ବିଜ୍ଞାନଟି ଆବିଷ୍କୃତ ହୋଇପାରିବ । ହଁ ବୋଇଲେ ହଁ ଅଛି ବୋଲି ପ୍ରମାଣ କରି ହୁଏ ନାହିଁ କି ନାହିଁ ବୋଇଲେ ନାହିଁ ବୋଲି ମୀମାଂସ କରି ଦିଆଯାଇ ପାରେ ନାହିଁ । ସବୁ ସଭ୍ୟ ଦେଶର ସାହିତ୍ୟରେ ଭୂତ ପ୍ରେତର ଅଦ୍ଭୁତ ଶକ୍ତି କଥା ପ୍ରଚାରିତ ହୋଇଆସିଚି । ତହିଁରେ ସମ୍ପୂର୍ଣ୍ଣ ମିଥ୍ୟା ପ୍ରଚାର ହୋଇଚି ବୋଲି କହିବା ବି ଠିକ୍ ହେବ ନାହିଁ ।
ବହି – ଭୂତ-ଗଳ୍ପ
ଲେଖକ– ଶ୍ରୀ କମଳାକାନ୍ତ ଦାଶ
https://ova.gov.in/de/ReadEbooks?bid=SPbXogyyJRM=










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll