ଓଡ଼ିଆ ବ୍ଲଗ୍‍

କନିକା ଦର୍ଶନ
ତାରିଖ : ସେପ୍ଟେମ୍ବର ୧୧, ୨୦୨୫

ଶ୍ରାନ୍ତ ପ୍ରକୃତିର ଘନ ନୀରବତାକୁ ଶବ୍ଦମୁଖରତାରେ ବିଜୟ କରି ‘‘ବଳରାମ’’ ଷ୍ଟିମର ପ୍ରଧାବିତ ହେଲା । ସେ ଦିନର ଗୋଧୂଳି-ସନ୍ଧ୍ୟାରେ ଦିକ୍‌ ଚକ୍ରବାଳ-ସୀମାରେ ସାନ୍ଧ୍ୟ ମେଘର ଗାଢ଼ ଅନ୍ଧକାର ଅନନ୍ତରାଜ୍ୟ ଅଧିକାର କରିଥିଲା । ଅଳ୍ପକ୍ଷଣ ଉତ୍ତାରୁ ପଞ୍ଚମୀଚନ୍ଦ୍ର ମେଘର ଆଲିଙ୍ଗନ ବିମୁକ୍ତ ହୋଇ ସ୍ୱୀୟ କିରଣ ବିଞ୍ଚିଲେ । ମେଘାନ୍ଧକାର ମୁକ୍ତ ପ୍ରାନ୍ତର ଛାଡ଼ି କୁଞ୍ଜାନ୍ତରାଳରେ ବୃକ୍ଷର ଘନୀଭୂତ ଶାଖାରେ ଅବସ୍ଥାନ କଲାବେଳେ ଚନ୍ଦ୍ରକିରଣ ତାହାକୁ ସାଦର ଆଲିଙ୍ଗନରେ ଜ୍ୟୋତ୍ସ୍ନାରେ ପରିବର୍ତ୍ତିତ କଲା ।

ବହି- କନିକା ଦର୍ଶନ
ଲେଖକ- ଶ୍ରୀ ଶଶିଭୂଷଣ ରାୟ
https://ova.gov.in/de/ReadEbooks?bid=6qLlzyKxh/8=










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll