ଓଡ଼ିଆ ବ୍ଲଗ୍‍

ତେଲ କଡ଼େଇ
ତାରିଖ : ଡିସେମ୍ବର ୩୧, ୨୦୨୫

ଦିନେ ହଠାତ୍‌ ଗୋଟାଏ ଘଟଣା ଘଟିଲା । ସବୁଆଡ଼େ ମାଇକ୍‌ ସାହାଯ୍ୟରେ ପ୍ରଚାର କରି ଦିଆଗଲା ଯେ ଜଣେ ନୂଆ ଧରଣର ପାପୀ ଏ ରାଜ୍ୟରେ ପଦାର୍ପଣ କରୁଛନ୍ତି । ଯମପୁରର ସବୁ କର୍ମଚାରୀ ତାଙ୍କୁ ଦେଖିବାକୁ ଧାଇଁଲେ । ଦଣ୍ଡ ପାଉଥିବା ପାପୀମାନେ ଟିକିଏ ମୁଣ୍ଡଟେକି ଚାହିଁଲେ । ତା’ପରେ ଦେଖାଗଲା ଖେଦକା ହୋଇ ଜଣେ ଭାଲୁ ଷ୍ଟାଇଲର ଲୋକ ଧପାଲି ଚାଲିଛି-। ଏତେ ଜୋରରେ ସେ ଯମପୁର ଭିତରକୁ ଭିଡ଼ି ପଶୁଛି ଯେ, ତାକୁ ବାନ୍ଧିବାକୁ ଯାଉଥିବା ଯମଦୂତମାନେ ମଧ୍ୟ ପଛରେ ପଡ଼ି ଯାଉଛନ୍ତି । ସବୁ ପାପୀ ଆଶ୍ଚର୍ଯ୍ୟ ହେଲେ । କାରଣ ଯମପୁରୀକୁ ଶ୍ରଦ୍ଧାରେ ପଶିଯିବା ଲୋକ ଭିତରେ ବୋଧହୁଏ ଏ ହେଉଛନ୍ତି ପ୍ରଥମ । ଯମପୁରୀର ଦୁର୍ଗନ୍ଧ ଓ କଷଣକୁ ବରିନେବା ପାଇଁ ପୁଣି ରସିକ ପୁରୁଷ ଥାଇପାରନ୍ତି ଏକଥା କିଏ କାହିଁକି କଳ୍ପନା କରିବ । ବୁଝ ବୁଝ କଣ ନା ସେ ଗେଦକା ପାପୀଜଣକ ତାଙ୍କ ସାରଙ୍କୁ ଖୋଜୁଛନ୍ତି । ଏ କଥା କାନରେ ବାଜନ୍ତେ ପାପୀ ଶିରୋମଣି ଶ୍ରୀମାନ୍‌ ହଳୁ ତେଲ କଡ଼େଇକୁ ଛାଡ଼ି କ୍ଷଣକପାଇଁ ବାହାରକୁ ବାହାରି ଆସି ଚାହାଣିଟାଏ ହାଣି ଦେଲେ ।

ଲେଖକ- କୁଳମଣି ମହାପାତ୍ର
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: 36










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll