ଓଡ଼ିଆ ବ୍ଲଗ୍‍

ଅନାବନା ରଚନା
ତାରିଖ : ଡିସେମ୍ବର ୧୯, ୨୦୨୫

ମନୁଷ୍ୟର ଜୀବନ ପରି ମନୁଷ୍ୟ ସମାଜ ମଧ୍ୟ ଏକ ସମଗ୍ର ବ୍ୟାପାର । ସମାଜ ମଧ୍ୟରେ ମନୁଷ୍ୟର ବିଚରଣ ଏକ ସକଳାଙ୍ଗ ବିଚରଣ । ତେଣୁ ସମାଜର ଦର୍ଶନକୁ ବିଶେଷଜ୍ଞମାନଙ୍କର ଏକ ବ୍ୟାପାର କରି ରଖିବାକୁ ପ୍ରୟାସ କଲେ ତାହା ଆମକୁ ନାନା ଏକଦେଶୀୟତା ଭିତରେ ନେଇ ପକାଇ ଦେବାର ସର୍ବଦା ଆଶଙ୍କା ରହିଥିବା । ଏହି ବିଶେଷଜ୍ଞତା ତଥାକଥିତ ବୈଜ୍ଞାନିକ ବିଶେଷଜ୍ଞତା ହୋଇଥାଉ ଅଥବା ଯାବତୀୟ ଯେକୌଣସି ଭାବପ୍ରବଣତା ଅଥବା ଉପେକ୍ଷା ଦ୍ଵାରା ପ୍ରଣୋଦିତ ହୋଇଥିବା ବିଶେଷଜ୍ଞତା ହୋଇଥାଉ ପଛକେ, ତାହା ଆମର ସକଳ ଅନ୍ଵେଷଣ, ଅଧ୍ୟୟନ ଏବଂ ଅନୁଶୀଳନ ମୋହଗ୍ରସ୍ତ କରି ରଖିଥିବ । ଏହି ବ୍ୟାଧିତ ବିଶେଷଜ୍ଞ ଦୃଷ୍ଟିକୁ ଦାର୍ଶନିକ ନୀତଶେ ଏକ ପ୍ରସଙ୍ଗରେ ‘ଖଞ୍ଜ ଦାର୍ଶନିକତା’ ବୋଲି କହିଛନ୍ତି । ଏହିଭଳି ଦାର୍ଶନିକମାନଙ୍କୁ ସେ inverted cripples ବୋଲି କହିଛନ୍ତି । ସମାଜର ଦର୍ଶନକୁ ଔପଚାରିକ ସମାଜ ବିଜ୍ଞାନ ରୂପେ ପରିସୀମିତ କରି ରଖିବାର ଆଧୁନିକ ଅଧିକାଂଶ ପ୍ରୟାସରେ ଆମେ ଏହିପରି ଏକ ଖଞ୍ଜି ଦାର୍ଶନିକତାର ଗନ୍ଧ ପାଇପାରିବା ।

ଲେଖକ- ଚିତ୍ତରଞ୍ଜନ ଦାସ 
ଅଧିକ ଜାଣନ୍ତୁ...
ପୃଷ୍ଠା ନମ୍ବର: 18










ଅନ୍ୟ ବ୍ଲଗ୍‍ ଗୁଡିକ (ମୋଟ: ୨୧୪)
»   ଆଖି
»   ଫାଶୀ
»   ଏଇ ପଥ
»    ମୁଁ
»   ମାୟା
»   ଘର
»   ଏଇ ପଥ

Copyright © 2026 Odia Virtual Academy. All rights reserved      Total Visitors-   1

scroll