୧୯୯୩ ମସିହାରେ ପାସ୍ ହୋଇଥିବା ଏକ ଆଇନ୍ ଘୋଷଣା କରିଥିଲା ଯେ, ମେହେନ୍ତର ମାନଙ୍କୁ ମଳି ସଫା କରିବାରେ ନିଯୁକ୍ତ କରିବା କିମ୍ବା ଫ୍ଲସ୍ ନଥିବା କୌଣସି ପାଇଖାନା ତିଆରି କରିବା ଏକ ଅପରାଧରୂପେ ଗଣା ହେବ ଏବଂ ସେଥିପାଇଁ ବର୍ଷେ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ଦୁଇହଜାର ଟଙ୍କା ଜୋରିମାନାର ଆଦେଶ ହୋଇପାରିବ । ମାତ୍ର, ଭାରତୀୟ ବିଧାନସଭା ମାନଙ୍କରେ ପାସ୍ ହେଉଥିବା ବହୁ ଆଇନଗୁଡ଼ିକର କ୍ଷେତ୍ରରେ ଯାହା ହୁଏ, ଏହି ଆଇନ୍ଟିର ଭାଗ୍ୟରେ ମଧ୍ୟ ତାହାହିଁ ଘଟିଲା ।
Copyright © 2026 Odia Virtual Academy. All rights reserved Total Visitors- 1
Powered by: ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ