ଲକ୍ଷ୍ୟ

୧. ଦୁର୍ଲ୍ଲଭ ଓ ସ୍ୱତ୍ତ୍ୱାଧିକାରମୁକ୍ତ ପ୍ରାୟ ୫୦୦୦ ବହିର ତଥ୍ୟକୁ ୟୁନିକୋଡ଼ରେ ରୂପାନ୍ତରିତ କରି ୨୦୨୧ ମସିହା ମଧ୍ୟରେ ଏକ ଡିଜିଟାଲ ଗ୍ରନ୍ଥାଗାର ସ୍ଥାପନ କରିବା ।

 

୨. ସମ୍ପ୍ରତି ଉପଲବ୍ଧ ବିଭିନ୍ନ ସ୍ୱତ୍ତ୍ୱାଧିକାରମୁକ୍ତ ଶବ୍ଦକୋଷ/ଭାଷାକୋଷର ସମ୍ପୂର୍ଣ୍ଣ ତଥ୍ୟାବଳୀ ରୂପାନ୍ତରିତ (ଡିଜିଟାଇଜ୍) କରି ଓଡ଼ିଆ ଭର୍ଚୁଆଲ ଏକାଡେମୀ ୱେବ୍‌ସାଇଟ‌ରେ ଉପଲବ୍ଧ କରାଇବା ।

 

୩. ଓଡ଼ିଆ ଭାଷାରେ ୟୁନିକୋଡ଼ ଫଣ୍ଟ୍‍ ବ୍ୟବହାରର ପ୍ରସାର ସହ କି-ବୋର୍ଡ଼ର ମାନକୀକରଣ କରି ସର୍ବସାଧାରଣଙ୍କ ସୁଲଭ ପ୍ରୟୋଗପାଇଁ ସୁଯୋଗ ସୃଷ୍ଟି କରିବା ।

 

୪. ଇଂରାଜୀ, ଫରାସୀ, ଜର୍ମାନ‌, ଜାପାନୀ ଓ ସ୍ପେନୀୟ ଭାଷାର ଲୋକମାନେ ଅଳ୍ପଦିନ ମଧ୍ୟରେ ଯେପରି ଓଡ଼ିଆ ଶିଖି କହିପାରିବେ, ସେଥିପାଇଁ ଏକ ‘ପ୍ରାରମ୍ଭିକା’ ପ୍ରସ୍ତୁତ କରି ଓଡ଼ିଆ ଭର୍ଚୁଆଲ ଏକାଡେମୀ ମାଧ୍ୟମରେ ଉପଲବ୍ଧ କରାଇବା ।

Copyright © 2024 Odia Virtual Academy. All rights reserved      Total Visitors-   1

scroll