ଶ୍ରୀ ଅଚ୍ୟୁତାନନ୍ଦ ପତି

ଆବିର୍ଭାବ :- ୨୨-୦୬-୧୯୨୭
ଜନ୍ମସ୍ଥାନ :- ନରହରିପୁର, ଯାଜପୁର

ଓଡ଼ିଶାର ବୁଦ୍ଧିଜୀବୀ ମହଲରେ ଚିରଚର୍ଚ୍ଚିତ ପ୍ରଖ୍ୟାତ ସାରସ୍ଵତ ସାଧକ ଶ୍ରୀ ଅଚ୍ୟୁତନନ୍ଦ ପତି ଯାଜପୁର ଜିଲ୍ଲା ଅନ୍ତର୍ଗତ ନରହରିପୁରରେ ଜନ୍ମଗ୍ରହଣ କରିଥିଲେ । ଶ୍ରୀ ପତିଙ୍କର ପିତାଙ୍କ ନାମ ଶ୍ରୀ ସୋମନାଥ ପତି ଓ ମାତାଙ୍କ ନାମ ହାରାମଣି ଦେବୀ ଥିଲା । ସ୍ୱାଧୀନତା ପରବର୍ତ୍ତୀ ଗଳ୍ପ ସାହିତ୍ୟ କ୍ଷେତ୍ରରେ ବିଶେଷଭାବେ ପରିଚିତ ଶ୍ରୀ ପତିଙ୍କ ସାହିତ୍ୟ ରଚନାର ଭିତ୍ତିଭୂମି ହେଉଛି ଅସତ୍ୟ, ଅବିଚାର ଓ ଅପସଂସ୍କୃତି ବିରୋଧୀ ଭାବଧାରା । ନିଜ ଲେଖା ମାଧ୍ୟମରେ ସେ ସମାଜର ଶୋଷିତ ତଥା ଅବହେଳିତମାନଙ୍କ ପ୍ରତି କ୍ଷମତାଧାରୀ ଓ ପୁଞ୍ଜିପତିମାନଙ୍କଦ୍ଵାରା ହେଉଥିବା ଅତ୍ୟାଚାର ବିରୁଦ୍ଧରେ ସେ ସ୍ଵର ଉତ୍ତୋଳନ କରିଛନ୍ତି । ଆଜୀବନ ନିଃସ୍ଵାର୍ଥ ସାହିତ୍ୟ ସାଧନା ପାଇଁ ଶ୍ରୀ ପତି ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଝଙ୍କାର ପୁରସ୍କାର, ଶାରଳା ପୁରସ୍କାର, ଯଦୁନାଥ ଦାସ ମହାପାତ୍ର ସାରସ୍ୱତ ସମ୍ମାନ, ସାରଳା ସମ୍ମାନ, ଶିଖର ସମ୍ମାନ, ଗୋକର୍ଣ୍ଣିକା ପୁରସ୍କାର ଇତ୍ୟାଦି ଅଗଣିତ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

ରଚନାବଳୀ- କାହାଣୀ ନୁହେଁ – କାବ୍ୟ, ଅଶୁଭ ପୁତ୍ରର କାହାଣୀ, ଉଗ୍ରସେନ ଉବାଚ, ସ୍ନାୟୁ ଓ ସନ୍ୟାସୀ, ଚାରି ସଙ୍ଗାତ କଥା, ଚା'ରୁ ଚୈତନ୍ୟ ପର୍ଯ୍ୟନ୍ତ, ସିକ୍ତ ସୈକତ, ଅଚ୍ୟୁତାନନ୍ଦ ପ‌ତି ଗଳ୍ପ ସମଗ୍ର, ଅଚ୍ୟୁତାନନ୍ଦ ପ‌ତିଙ୍କ ଶ୍ରେଷ୍ଠ ଗଳ୍ପ, ଅଚ୍ୟୁତାନନ୍ଦ ପ‌ତିଙ୍କ ନିର୍ବାଚିତ ଗଳ୍ପ ଇତ୍ୟାଦି ।


ରଚନାବଳୀ

Copyright © 2026 Odia Virtual Academy. All rights reserved      Total Visitors-   1

scroll