ଆବିର୍ଭାବ :- ୦୧-୦୩-୧୯୧୯
ତିରୋଧାନ :- ୨୧-୦୮-୨୦୧୮
ଜନ୍ମସ୍ଥାନ :- କୋଡ଼େ ଗ୍ରାମ, ବାଲେଶ୍ୱର
ଓଡ଼ିଶାର ଅଗଣିତ ବିଶିଷ୍ଟ ସାହିତ୍ୟ-ସାଧକମାନଙ୍କ ମଧ୍ୟରୁ ଶ୍ରୀ ଯଦୁନାଥ ଦାସ ମହାପାତ୍ର ଅନ୍ୟତମ । ଶ୍ରୀ ମହାପାତ୍ର ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ କୋଡ଼େ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଶ୍ରୀ ରାଜନାରାୟଣ ଦାସ ମହାପାତ୍ର । ଏକାଧାରରେ ସେ ଜଣେ ସାହିତ୍ୟିକ ଓ ରାଜନେତା ଥିଲେ । ସୋରରୁ ସେ ୩ ଥର ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ନନ୍ଦିନୀ ଶତପଥୀ ଓ ଜାନକୀ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଅର୍ଥ, ସଂସ୍କୃତି, ପର୍ଯ୍ୟଟନ, ଶିକ୍ଷା ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ପାଦନ କରିଥିଲେ । ଓଡ଼ିଆ ଭାଷା ସାହିତ୍ୟକୁ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଝଙ୍କାର କବିତା ପୁରସ୍କାର, ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ଭୁବନେଶ୍ୱର ପୁସ୍ତକମେଳା ସମ୍ମାନ, କୋଣାର୍କ ଜାତୀୟ ନାଟ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଛାତ୍ରଜୀବନରୁ ଶ୍ରୀ ଦାସ ମହାପାତ୍ର ରାଜନୀତିରେ ସକ୍ରିୟ ଥିଲେ । କଲିକତାରେ ପଢ଼ୁଥିବା ସମୟରେ ସେ କଲିକତା ଉତ୍କଳ ଛାତ୍ରସଂଘର ସଭାପତି ଥିଲେ । ବିଭିନ୍ନ ସମୟରେ ସେ ଓଡ଼ିଶାର ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ଶ୍ରୀ ଶ୍ରୀ ଦାସ ମହାପାତ୍ର ଲେଖନୀ ଚାଳନା କରିଥିଲେ । ତାଙ୍କର ୬୦ରୁ ଅଧିକ ବହି ଛପାଯାଇଛି । ସେଥିମଧ୍ୟରେ ୧୨ଟି ନାଟକ, ୭ଟି ଗଳ୍ପ ସଂକଳନ, ୧୦ଟି କବିତା, ୮ଟି ଶିଶୁ ସାହିତ୍ୟ, ୧୫ଟି ଉପନ୍ୟାସ, ୬ଟି ଏକାଙ୍କିକା, ୨ଟି ପ୍ରବନ୍ଧ ଓ ୨ଟି ଅନୁବାଦ ଅନ୍ତର୍ଭୁକ୍ତ । ତାଙ୍କ ନାଟକ "ଭୁଲି ହୁଏନା" କୁ ନେଇ ଏକ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରାଯାଇଛି ।
ରଚନାବଳୀ :
ନାଟକ- ଭୁଲି ହୁଏନା, ରାତ୍ରିଗୋ ତୁମେ କଥା କୁହ, ଅଥବା ଅନ୍ଧାର, କଂସ, ବନ୍ଦୀ ବେଗମ୍ ବାଦଶାହା
କବିତା- ସାର୍ଥକ କବିତା, ଯନ୍ତ୍ରଣାର ଅନ୍ୟନାମ, ହେ ଜୀବନ! ହେ ଦୂରନ୍ତ ଝଡ଼, ନିଜ ଚିତାଗ୍ନିରେ ନିଜେ