ଦେବପ୍ରସାଦ ଦାଶ

ଆବିର୍ଭାବ :- ୨୪-୦୨-୧୯୬୬
ଜନ୍ମସ୍ଥାନ :- ଦାସବିଦ୍ୟାଧରପୁର, ପୁରୀ ଜିଲ୍ଲା

ସ୍ଵନାମଧାନ୍ୟ ବାଣୀସାଧକ ଶ୍ରୀ ଦେବପ୍ରସାଦ ଦାଶ ପୁରୀ ଜିଲ୍ଲାସ୍ଥ ସତ୍ୟବାଦୀ ବ୍ଲକ ନିକଟବର୍ତ୍ତୀ ଦାସବିଦ୍ୟାଧରପୁର ଗ୍ରାମରେ ୧୯୬୬ ମସିହା ଫେବୃଆରୀ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ମାତା ସରସ୍ଵତୀ ଦାଶ ଓ ପିତା ବଳଭଦ୍ର ଦାଶଙ୍କ ସୁଯୋଗ୍ୟ ସନ୍ତାନ ଥିଲେ । କଳା ଓ ଆଇନରେ ସ୍ନାତକୋତ୍ତର ହାସଲ  କରିବା ପରେ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗଦାନ କରିଥିଲେ । ୧୯୯୬ ମସିହାରେ ପ୍ରକାଶିତ “ଇନ୍ଦ୍ରଧନୁର ରଙ୍ଗ” ତାଙ୍କର ପ୍ରଥମ ପୁସ୍ତକ ଥିଲା । ସମାଜରେ ଦିବାରାତ୍ର ଘଟୁଥିବା ବିଭିନ୍ନ ମର୍ମସ୍ପର୍ଶୀ ଘଟଣା ତାଙ୍କ ରଚନାର ଭିତ୍ତିଭୂମି ଥିଲା । “ଇନ୍ଦ୍ରଧନୁର ରଙ୍ଗ”, “ଗଜପତି”, “ଆମ ସମୟ”, “ମୁହଁ”, “ଦୁଃଖର ଇଲାକା ଓ ଅନ୍ୟାନ୍ୟ ପ୍ରବନ୍ଧ”, “ଝିଅ”, “ଦଙ୍ଗା”, “ଭୋର”, ‘ଦେଶ ପରଦେଶ” ତାଙ୍କର ଉଲ୍ଲେଖନୀୟ ସାହିତ୍ୟ ରଚନା ଅଟେ । ଉତ୍କୃଷ୍ଟ ସାହିତ୍ୟ ସର୍ଜନା ପାଇଁ ସେ ୨୦୦୪ ମସିହାରେ “ଭୁବନେଶ୍ଵର ପୁସ୍ତକମେଳା ପୁରସ୍କାର” ଏବଂ “କଥା ପୁରସ୍କାର”, ୨୦୦୭ ମସିହାରେ “ପ୍ରଥମ କିଶୋରୀଚରଣ ଗଳ୍ପ ପୁରସ୍କାର” ତଥା ୨୦୧୨ ମସିହାରେ  “ଅମୃତାୟନ ଗଳ୍ପ ପୁରସ୍କାର”ରେ ସମ୍ମାନିତ ହୋଇଥିଲେ ।


ରଚନାବଳୀ
ଶ୍ରାବ୍ୟ ଗଳ୍ପ

Copyright © 2024 Odia Virtual Academy. All rights reserved      Total Visitors-   1

scroll