ଆବିର୍ଭାବ :- ୦୬-୦୨-୧୯୪୬
ଜନ୍ମସ୍ଥାନ :- ପୁରୀ ସହର
ପୁରୀ ସହରରେ ୧୯୪୬ ମସିହା ଫେବୃଆରୀ ୬ ତାରିଖରେ ଇନ୍ଦିରାଙ୍କ ଜନ୍ମ । ମାତା ପାର୍ବତୀ ଦେବୀ, ପିତା ଲୋକନାଥ ମହାପାତ୍ର । ଶୈଳବାଳା ମହାବିଦ୍ୟାଳୟରୁ ସେ ସ୍ନାତକ ଶିକ୍ଷା ଲାଭ କରିଛନ୍ତି । ପ୍ରଥମେ କବିତା ରଚନାରେ ଲେଖନୀ ଚାଳନା କରି ପରବର୍ତ୍ତୀ କାଳରେ ଚାରିଦଶନ୍ଧିରୁ ଅଧିକ କାଳ ଧରି ସେ ଗଳ୍ପ, ଉପନ୍ୟାସ ଓ ଭ୍ରମଣ କାହାଣୀ ଇତ୍ୟାଦି ସୃଷ୍ଟି କରି ଚାଲିଛନ୍ତି । ଜଣେ ଗୃହିଣୀ ଭାବରେ ପରିବାରର ସମସ୍ତ ଦାୟିତ ନିର୍ବାହ କରିବା ସଙ୍ଗେ ସଙ୍ଗେ କଥା ସାହିତ୍ୟ ସର୍ଜନା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସେ ଜଣେ ଯଶସ୍ୱିନୀ କଥାକାର ଭାବରେ ପାଠକ ପାଠିକା ମହଲରେ ଆଦୃତ ହୋଇଛନ୍ତି । ୧୯୮୭ ମସିହାରେ ‘ସତୀତ୍ୱ ଇତ୍ୟାଦି’ ତାଙ୍କର ପ୍ରଥମ ପ୍ରକାଶିତ ଗଳ୍ପ ସଂକଳନ ପୁସ୍ତକ ।
ଉଲ୍ଲେଖନୀୟ ରଚନାବଳୀ : ଗଳ୍ପ – କିଛି ସତ, ମନଦର୍ପଣ, ନବଗୁଞ୍ଜର, ରେଳଲାଇନର ଏକଡ଼େ ସେକଡ଼େ, ଅର୍ଦ୍ଧ ସତ୍ୟ, ମୋ ବାଲକୋନୀରୁ ମିଶ୍ରବାବୁଙ୍କ ଘର
ଉପନ୍ୟାସ - ବନ୍ଧନ ନୁହେଁ ବନ୍ଧୁତ୍ୱ ଚାହେଁ, ନୀଳଜ୍ୟୋତ୍ସ୍ନା
ଭ୍ରମଣ କାହାଣୀ : ଐଶ୍ୱର୍ଯ୍ୟମୟୀ ଆମେରିକା
ଶିଶୁ ସାହିତ୍ୟ: କଥା କୌସ୍ତୁଭ, ଭାରତୀୟ ପୌରାଣିକ କଥା ଓ କାହାଣୀ ଇତ୍ୟାଦି ।
ସମ୍ମାନ ଓ ସ୍ୱୀକୃତି : ଭୁବନେଶ୍ଵର ପୁସ୍ତକ ମେଳା ଗଳ୍ପ ସମ୍ମାନ, ଦୁର୍ଗାମାଧବ ମିଶ୍ର ଗଳ୍ପ ପୁରସ୍କାର, ବିଜୟକୃଷ୍ଣ ମହାନ୍ତି ଗଳ୍ପ ପୁରସ୍କାର, ସୁଧନ୍ୟା ପୁରସ୍କାର, ଅମୃତୟନ ଗଳ୍ପ ସମ୍ମାନ, ଗଙ୍ଗାଧର ରଥ ଫାଉଣ୍ଡେସନ ତରଫରୁ ବୀଣାପାଣି ମହାନ୍ତି ଗଳ୍ପ ସମ୍ମାନ ଇତ୍ୟାଦି ।