କ୍ଷୀରୋଦ ପରିଡ଼ା

ଆବିର୍ଭାବ :- ୨୧-୦୩-୧୯୫୬
ଜନ୍ମସ୍ଥାନ :-

ପବିତ୍ର ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ଜିଲ୍ଲାସ୍ଥ ଆଳି ନିକଟବର୍ତ୍ତୀ ବାଟିପଡ଼ା ଗ୍ରାମ ସାରସ୍ଵତ ସାହିତ୍ୟ ସାଧକ କ୍ଷୀରୋଦ ପରିଡ଼ାଙ୍କ ଜନ୍ମଭୂମି । ସେ ୧୯୫୬ ମସିହା ମାର୍ଚ୍ଚ ୨୧ ତାରିଖରେ ମାତା ଶ୍ରୀମତୀ ଜେମାମଣି ଦେବୀ ଓ ଯଦୁନାଥ ପିତା ଶ୍ରୀ ଯଦୁନାଥ ପରିଡ଼ାଙ୍କ ସୁଯୋଗ୍ୟ ସନ୍ତାନ ରୂପେ ଜନ୍ମ ନେଇଥିଲେ । ଶିକ୍ଷାଗତ ଯୋଗ୍ୟତା ରୂପେ କ୍ଷୀରୋଦ ବାବୁ ଉତ୍କଳ ବିଶ୍ଵବିଦ୍ୟାଳୟରୁ ଆଇନରେ ସ୍ନାତକ ତଥା କଳା ଓ ବାଣିଜ୍ୟରେ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ । ୧୯୯୫ ମସିହାରେ ତାଙ୍କର ପ୍ରଥମ ପ୍ରକାଶିତ କବିତା ସଂକଳନ “ଆରୋହଣ” ବହୁ ଲୋକପ୍ରିୟତା ଆଣିଦେଇଥିଲା । ଆଜୀବନ ଶ୍ରୀ ପରିଡ଼ା ନିଜ ଚିନ୍ତନକୁ କବିତା, ଗଳ୍ପ, ଉପନ୍ୟାସ, ଫିଚର ଓ ଅନୁବାଦ ମାଧ୍ୟମରେ ରୂପାୟିତ କରି ଜଣେ ଯଶସ୍ୱୀ ଲେଖକ ଭାବରେ ପ୍ରସିଦ୍ଧି ଅର୍ଜନ କରିଥିଲେ । ଶ୍ରୀ ପରିଡ଼ା ବିଭିନ୍ନ ସରକାରୀ ଉଦ୍ୟୋଗରେ ମାନବ ସମ୍ବଳ ପରିଚାଳନା କ୍ଷେତ୍ରରେ କାର୍ଯ୍ୟକରିବା ପରେ ସ୍ଵଇଚ୍ଛାରେ ଅବସର ଗ୍ରହଣ କରିଥିଲେ । “ସେଇ ସୁଦୂର ନଈ”, “ଶିଖା ଶିଖର”, “ଗାନ୍ଧର୍ବ କବିତା ଗୁଚ୍ଛ”, “କେବଳ ତମେନୀରା”, “ଆମେ ଯାହା ଦେଖୁ”, “ନୁହଁଇ ଆରେକ ପୃଥିବୀ”, “ଶେଷ ଲେଖା’, “ହାମ୍ପିର ଶିଳାଖଣ୍ଡ”, ଅନ୍ଧାରରେ ବିଷର୍ଣ୍ଣ ବର୍ଣ୍ଣମାଳା”, “ଲୋହିତ ନଦୀର ଧାରେ”, “ନିର୍ବାଚିତ ଗଳ୍ପ”, “ରୁଦାଲି”, “ଅଧବା’ ଓ “ତିନିକନ୍ୟା” ତାଙ୍କର ଉଲ୍ଲେଖନୀୟ ସାହିତ୍ୟ କୃତି । ଉଚ୍ଚକୋଟିର ସାହିତ୍ୟ ସାଧନା ପାଇଁ ସେ ବର୍ଣ୍ଣାଳୀ ଅନୁବାଦ ପୁରସ୍କାର, ପ୍ରଜାତନ୍ତ୍ର କବିତା ପୁରସ୍କାର, ଝଙ୍କାର ଅନୁବାଦ ପୁରସ୍କାର, ସାଗରିକା ଅନୁବାଦ ପୁରସ୍କାର, ବ୍ରହ୍ମାନନ୍ଦ ଦାସ ସ୍ମୃତି ଅନୁବାଦ ପୁରସ୍କାର, ଚଲାପଥ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।  


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll