ଦାଶରଥି ଦାସ

ଆବିର୍ଭାବ :- ୨୭-୦୭-୧୯୩୬
ଜନ୍ମସ୍ଥାନ :- ଅୟତପୁର, କେନ୍ଦ୍ରାପଡ଼ା

ସାହିତ୍ୟ ସାଧକ ଦାଶରଥି ଦାସ ଓଡ଼ିଶାର ସୁପ୍ରସିଦ୍ଧ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା ଜିଲ୍ଲାସ୍ଥ ମହାକାଳପଡ଼ା ଅନ୍ତର୍ଗତ ଆୟତପୁର ଗ୍ରାମରେ ୧୯୩୬ ମସିହା ଜୁଲାଇ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଆବଶ୍ୟକୀୟ ଅଧ୍ୟୟନ ସମାପ୍ତ କରିବା ପରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ଅଧ୍ୟାପକ ଭାବେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିଲେ । ୧୯୫୯ରୁ ୧୯୮୭ ପର୍ଯ୍ୟନ୍ତ ବାଲେଶ୍ୱର, ଫୁଲବାଣୀ, ଅନୁଗୁଳ, କଟକ ଓ ଭୁବନେଶ୍ୱରସ୍ଥ ବିଭିନ୍ନ ସରକାରୀ କଲେଜରେ ଶିକ୍ଷାଦାନ କରି ସେ ଜଣେ କର୍ତ୍ତବ୍ୟନିଷ୍ଠ ଆଦର୍ଶ ଅଧ୍ୟାପକ ଭାବେ ସୁଖ୍ୟାତି ଅର୍ଜନ କରିପାରିଥିଲେ । ୧୯୮୮ ମସିହାରେ ସେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରଫେସର ଦାୟିତ୍ଵ ସଫଳତାର ସହ ସମ୍ପାଦନ କରି ୧୯୯୬ ମସିହାରେ ନିଜର ଅଧ୍ୟାପକ ଜୀବନରୁ ଅବସର ଗ୍ରହଣ କରିଥିଲେ । ଉଚ୍ଚକୋଟିର ବାଣୀ ସାଧନା ପାଇଁ ଶ୍ରୀ ଦାସ ୧୯୭୬ ମସିହାରେ ସମ୍ମାନଜନକ “ସାହିତ୍ୟ ଏକାଡେମୀ ପୁରସ୍କାର” ଓ ୧୯୮୦ ମସିହାରେ “ଝଙ୍କାର” ପୁରସ୍କାରରେ ସମ୍ମାନିତ ହୋଇଥିଲେ । “କାବ୍ୟ ସମ୍ବାଦ”, “କବିସୂର୍ଯ୍ୟ କାବ୍ୟବିଭା”, “ମୃତ୍ୟୁଲୋକରେ ଋତୁ ସପ୍ତମ”, “ଚିହ୍ନାମାଟି ଅଚିହ୍ନା ଆକାଶ”, “ନାନା ନିବନ୍ଧ”, “ସାହିତ୍ୟ ବିବେକ”, “ବିଦଗ୍ଧ ମାନସ”, “ଐତିହ୍ୟ ଓ ଆଧୁନିକତା” ଇତ୍ୟାଦି ତାଙ୍କର ଉଲ୍ଲେଖନୀୟ ସାହିତ୍ୟ କୃତି ।


ରଚନାବଳୀ

Copyright © 2024 Odia Virtual Academy. All rights reserved      Total Visitors-   1

scroll