ଆବିର୍ଭାବ :- ୨୭-୦୪-୧୯୬୪
ଜନ୍ମସ୍ଥାନ :-
ଜନ୍ମ- ଅପ୍ରେଲ ୨୭, ୧୯୬୪ ମସିହା
ଜନ୍ମସ୍ଥାନ- ବିରିଡି ବ୍ଲକ, ଜଗତସିଂହପୁର ଜିଲ୍ଲା
ସାରଳା କ୍ଷେତ୍ର ଜଗତସିଂହପୁର ଜିଲ୍ଲାସ୍ଥ ବିରିଡ଼ି ବ୍ଲକ ଅନ୍ତର୍ଗତ ବାରଡ଼ିଆ ଗ୍ରାମରେ ପ୍ରତିଷ୍ଠାବାନ ସାହିତ୍ୟ ପୂଜକ ଶ୍ରୀ ଅରବିନ୍ଦ ରାୟଙ୍କ ଜନ୍ମ । ସେ ୧୯୬୪ ମସିହା ଅପ୍ରେଲ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ମାତା ଶ୍ରୀମତୀ କ୍ଷୀରପ୍ରଭା ରାୟ ଓ ପିତା ଶ୍ରୀ ଉମାକାନ୍ତ ରାୟ । ସେ ଆଇନରେ ସ୍ନାତକ ହାସଲ କରିବା ସହିତ ଓଡ଼ିଆ ଭାଷାରେ ସ୍ନାତକୋତ୍ତର ପାଇଥିଲେ । ତାହା ପରେ ସେ ସମ୍ମାନଜନକ ପି.ଏଚ.ଡ଼ି ହାସଲ କରିଥିଲେ । ଶିକ୍ଷା ସମାପ୍ତି ପରେ ଓଡ଼ିଶା ହାଇକୋର୍ଟରେ ଜଣେ ଅଧିବକ୍ତା ଭାବେ ଯୋଗ ଦେଇଥିଲେ । ୨୦୦୦ ମସିହାରେ ପ୍ରକାଶିତ ଗଳ୍ପ ସଂକଳନ “ଅନ୍ତରଙ୍ଗ ମଣିଷ” ପାଇଁ ସେ ଓଡ଼ିଶା ରାଜ୍ୟ ଯୁବକଲ୍ୟାଣ ପରିଷଦ ପକ୍ଷରୁ “ଶ୍ରେଷ୍ଠ ଯୁବ ପ୍ରତିଭା ପୁରସ୍କାର”ରେ ସମ୍ମାନିତ ହୋଇଥିଲେ । ଏହାଛଡ଼ା ୧୯୮୬ ମସିହାରେ ପ୍ରକାଶିତ ତ୍ରୈମାସିକ ଗଳ୍ପଭିତ୍ତିକ ସାହିତ୍ୟ ପତ୍ରିକା “ଆମରି ଗପ”ର ସେ ସମ୍ପାଦକ ଦାୟିତ୍ଵ ତୁଲାଇଥିଲେ। “ଦୃଶ୍ୟ ବଦଲୁଛି”, “ଛାଇ ଲେଉଟାଣି”, “ବାଟ ବସାଘର”, “ପବନର ଖେଳ”, “ସାମ୍ନାରେ ସକାଳ”, “ନଷ୍ଟାଲଜିଆ”, “ଅନ୍ଧାର ଯେତିକି ଆଳୁଅ ସେତିକି”, “ଚାଲ ଫେରିଯିବା”, “ବଢ଼ିଲା ନଈ”, “ଗୋଲାମ ନଗର ଘୋଡ଼ା” ତାଙ୍କର ଅବିସ୍ମରଣୀୟ ସାହିତ୍ୟ ସୃଷ୍ଟି । ଆଜୀବନ ସାହିତ୍ୟ ସାଧନା ପାଇଁ ସେ ରାଜ୍ୟ ଯୁବ ପୁରସ୍କାର, ଜଗତସିଂହପୁର ଜିଲ୍ଲା ଉତ୍ସବ ସମ୍ମାନ, ରାଜଧାନୀ ପୁସ୍ତକମେଳା ପୁରସ୍କାର, ଅଦ୍ଵୈତ କଥା ସମ୍ମାନ, ଅଳକା ଗଳ୍ପ ସମ୍ମାନରେ ସମ୍ମାନିତ ହୋଇଥିଲେ ।