ଆବିର୍ଭାବ :- ୦୩-୦୫-୧୯୩୫
ତିରୋଧାନ :- ୦୭-୧୧-୨୦୧୩
ଜନ୍ମସ୍ଥାନ :- ହଳଦିଆପଡ଼ା, ଜଗତସିଂହପୁର
ସାହିତ୍ୟ ସାଧକ ଶ୍ରୀ ଅବନୀ କୁମାର ବରାଳ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ହଳଦିଆପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଶ୍ରୀ ଭ୍ରମରବର ବରାଳଙ୍କର ସୁଯୋଗ୍ୟ ସନ୍ତାନ ଥିଲେ । ବୃତ୍ତିରେ ଶ୍ରୀ ବରାଳ ଜଣେ ସାହିତ୍ୟ ଅଧ୍ୟାପକ ଥିଲେ । ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟର ଅଧ୍ୟକ୍ଷଭାବେ ସେ ଅବସର ଗ୍ରହଣ କରିଥିଲେ । ବୈପ୍ଳବିକ ଚିନ୍ତାଧାରା ତଥା ଅନ୍ଧବିଶ୍ଵାସ- ଏବଂ କୁସଂସ୍କାର-ବିରୋଧୀ ଭାବଧାରା ତାଙ୍କ ସାହିତ୍ୟ ରଚନାର ଭିତ୍ତିଭୂମି ଥିଲା ।
ରଚନାବଳୀ – ଜାରଜ, ଏ ରାତି ମାୟାବିନୀ, ଉତ୍ତର ବସନ୍ତ, ମଞ୍ଚକନ୍ୟାର କାହାଣୀ, ମାର୍କ୍ସବାଦୀ ସାହିତ୍ୟ ତତ୍ତ୍ଵ