ଶ୍ରୀ ଚକ୍ରଧର ମହାପାତ୍ର

ଆବିର୍ଭାବ :- ୦୯-୦୫-୧୯୦୮
ତିରୋଧାନ :- ୨୪-୧୦-୧୯୮୭
ଜନ୍ମସ୍ଥାନ :- ନରସିଂହପୁର, କଟକ

ଚକ୍ରଧର ମହାପାତ୍ର ଏକାଧାରରେ ସାହିତ୍ୟିକ ଓ ଗବେଷକ ଥିଲେ । ସେ ମୁଖ୍ୟତଃ ଉପନ୍ୟାସ, ଜୀବନୀ ଓ ଗବେଷଣାଧର୍ମୀ ପୁସ୍ତକ ରଚନା କରିଥିଲେ । ନିଜର କାଳଜୟୀ ସୃଷ୍ଟି ‘‘କୁନ୍ତଳା କୁମାରୀ ଜୀବନ ଚରିତ’’ ପାଇଁ ସେ ୧୯୭୪ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।

ଚକ୍ରଧର ମହାପାତ୍ର ୧୯୦୮ ମସିହାରେ କଟକ ଜିଲ୍ଲାର ନରସିଂହପୁରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ବାଲ୍ୟଜୀବନ ସଂଘର୍ଷମୟ ଥିଲା । ପାଠପଢ଼ିବା ପାଇଁ ସେ କଟକ ଆସିଥିଲେ ଓ ପରବର୍ତ୍ତୀ ଜୀବନ କଟକରେ ହିଁ ବିତିଥିଲା ।

କିଶୋର ବୟସରେ ସେ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି କଲିକତା ଓ କରାଚୀ କଂଗ୍ରେସ ଅଧିବେଶନରେ ଯୋଗଦେଇଥିଲେ । 

ସେ ଓଡ଼ିଆ ସହିତ ହିନ୍ଦୀ, ବଙ୍ଗଳା, ଇଂରାଜୀ ଓ ସଂସ୍କୃତ ଆଦି ଭାଷାରେ ପାରଙ୍ଗମ ଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରକାଶିତ ‘ଜ୍ଞାନକୋଷ’ ପାଇଁ ସେ ଭାଷା-ବିଶେଷଜ୍ଞ ଥିଲେ । ଶ୍ରୀ ମହାପାତ୍ର ନରସିଂହପୁର ରାଜ୍ୟର ଦେବୋତ୍ତର ମ୍ୟାନେଜର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ତାଙ୍କ ପତ୍ନୀ କନକ ମଞ୍ଜରୀ ମହାପାତ୍ର ଜଣେ ଶିଶୁସାହିତ୍ୟିକଭାବେ ପରିଚିତ । ୧୯୮୨ ମସିହା ଅକ୍ଟୋବର ୨୪ ତାରିଖରେ ଶ୍ରୀ ମହାପାତ୍ର ପରଲୋକ ଗମନ କରିଥିଲେ ।


ରଚନାବଳୀ
ଉପନ୍ୟାସ

Copyright © 2024 Odia Virtual Academy. All rights reserved      Total Visitors-   1

scroll