ଉଦ୍ଦେଶ୍ୟ

୧. ଦୁର୍ଲଭ ଓଡ଼ିଆ ପୁସ୍ତକ, ଅଭିଧାନ, ପ୍ରାଚୀନ ପତ୍ରପତ୍ରିକା, ପୁରାତନ ସଙ୍ଗୀତ, ପ୍ରାଚୀନ ପୋଥି, ବିଜ୍ଞାନ ଓ ଇତିହାସ ସମ୍ବନ୍ଧୀୟ ରଚନା, ଲୋକ ସଂସ୍କୃତି, ଜନଜାତି ଭାଷା ଓ ସାହିତ୍ୟ, ବିଶିଷ୍ଟ ବ୍ୟକ୍ତିଙ୍କ ଅଭିଭାଷଣ, ଶ୍ରୀଜଗନ୍ନାଥ ସଂସ୍କୃତି, ମନ୍ଦିର ଓ ସ୍ଥାପତ୍ୟ ଆଦିର ତଥ୍ୟାବଳୀ ରୂପାନ୍ତର (ଡିଜିଟାଇଜେସନ) କରି ସଂରକ୍ଷିତ କରିବା ।

 

୨. ଓଡ଼ିଆ ଭାଷାର ସୁରକ୍ଷାପାଇଁ ଏହାର ଭାଷାଭଣ୍ଡାରକୁ ସମୃଦ୍ଧ କରିଥିବା କବି, ଲେଖକ, ନାଟ୍ୟକାର, ସାହିତ୍ୟିକ, ସାମ୍ବାଦିକ, ସମାଲୋଚକ ଓ ଅନୁବାଦକମାନଙ୍କର କୃତିରାଜିକୁ ସଂରକ୍ଷିତ କରିବା ।

 

୩. ସମ୍ପ୍ରତି ଭାଷା ସମ୍ଭାରର ପ୍ରୟୋଗ ଓ ପ୍ରସାର ମୁଖ୍ୟତଃ କମ୍ପ୍ୟୁଟର ଓ ଇଣ୍ଟରନେଟ୍‌ ଜରିଆରେ ହେଉଥିବାରୁ ସେଥିପ୍ରତି ଧ୍ୟାନ ଦେଇ କାର୍ଯ୍ୟ କରିବା ।

 

୪. କମ୍ପ୍ୟୁଟରରେ ଓଡ଼ିଆ ଭାଷାର ସହଜ ଓ ସୁଗମ ବ୍ୟବହାରକୁ ସୁନିଶ୍ଚିତ କରିବାପାଇଁ ଗବେଷଣା ନିମନ୍ତେ ଏଥିଲାଗି ଦେଶର / ରାଜ୍ୟର ସମଧର୍ମୀ ତଥା ଉପଯୁକ୍ତ ସରକାରୀ / ବେସରକାରୀ ସଂଗଠନ, ଅନୁଷ୍ଠାନ, ଏକାଡେମୀ ଓ ବିଶ୍ୱବିଦ୍ୟାଳୟ ସହ ଯୋଗସୂତ୍ର / ସମନ୍ୱୟ ରକ୍ଷାପୂର୍ବକ କାର୍ଯ୍ୟ କରିବା ।

 

୫. ଭାଷାପାଇଁ ଶବ୍ଦଭଣ୍ଡାର ଓ ବ୍ୟାକରଣର ଗୁରୁତ୍ୱ ଥିବାରୁ ତହିଁର ସହଜ ବିକାଶ ଓ ପ୍ରସାରପାଇଁ ଇଣ୍ଟରନେଟ୍‌-ଭିତ୍ତିକ ଶବ୍ଦକୋଷ, ଭାଷାକୋଷ, ଜ୍ଞାନକୋଷ ଓ ବ୍ୟାକରଣ ପ୍ରଚଳନ କରିବା ।

 

୬. ଅନ୍‌ଲାଇନ‌ ବା ଇଣ୍ଟରନେଟ୍‌-ଭିତ୍ତିକ ସେବା ଓ ସୂଚନା ହାସଲର ବର୍ଦ୍ଧିଷ୍ଣୁ ଜନାଗ୍ରହ ପ୍ରତି ଧ୍ୟାନ ଦେଇ ଭାଷା ଓ ସଂସ୍କୃତି ସଂକ୍ରାନ୍ତ ବିଭବକୁ ମଧ୍ୟ ସେହି ମାଧ୍ୟମରେ ଉପଲବ୍ଧ କରାଇବା ।

 

୭. ଇଣ୍ଟରନେଟ୍‌ ତଥା ସର୍ବଜନୀନ ଉପଯୋଗିତା ଦୃଷ୍ଟିରୁ ୟୁନିକୋଡ଼‌ ଫଣ୍ଟ୍‍ର‌ ବ୍ୟବହାର ଓ ପ୍ରୟୋଗକୁ ପ୍ରୋତ୍ସାହିତ ଓ ପ୍ରସାରିତ କରିବା ।

 

୮. କମ୍ପ୍ୟୁଟରରେ ଟାଇପ୍‌ କରିବା ପାଇଁ ସାଧନ ଓ ସରଞ୍ଜାମଗୁଡ଼ିକୁ ବିଶେଷତଃ ସଫ୍ଟୱେର ବା ଟାଇପିଂ ଟୁଲ୍‌ ଇତ୍ୟାଦିକୁ ସର୍ବସାଧାରଣରେ ତଥା ପ୍ରଶାସନିକ ସ୍ତରରେ ସହଜରେ ତଥା ସୁଲଭ ମୂଲ୍ୟରେ, ଏପରିକି ଦେୟମୁକ୍ତ ଭାବରେ ଉପଲବ୍ଧ କରାଇବା ।

 

୯. ସମସାମୟିକ ଓ ନବାଗତମାନଙ୍କ ସୃଜନୀର ପରିପ୍ରକାଶ ତଥା ବିକାଶପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରି ଓଡ଼ିଆ ସାହିତ୍ୟର ଭର୍ଚୁଆଲ ଭଣ୍ଡାରକୁ ସମୃଦ୍ଧ କରିବା ।

 

୧୦. ଅନ୍ୟଭାଷାରୁ ଓଡ଼ିଆ ଲିପ୍ୟନ୍ତରଣକୁ ସୁଗମ ଓ ପ୍ରସାର କରାଇବା ।

Copyright © 2024 Odia Virtual Academy. All rights reserved      Total Visitors-   1

scroll