ଅବଦାନ ଫର୍ମ ✖
Allowed Files: PDF, DOC, DOCX, JPG, JPEG, PNG, GIF
Maximum file size: 100 MB


ଶ୍ରୀ ଅଭୟ ବାରିକ୍

ଆବିର୍ଭାବ :- ୦୫-୦୩-୧୯୬୧
ଜନ୍ମସ୍ଥାନ :- ଜନ୍ମସ୍ଥାନ :- ବାଲିଆ, କଟକ

ଅବିଭକ୍ତ କଟକ ଜିଲ୍ଲା ବର୍ତ୍ତମାନର ଜଗତସିଂହପୁର ଅନ୍ତର୍ଗତ କୁଜଙ୍ଗ ନିକଟବର୍ତ୍ତୀ ବାଲିଆ ଗ୍ରାମରେ ୧୯୬୧ ମସିହା ମାର୍ଚ୍ଚ ୫ ତାରିଖରେ ଅଭୟଙ୍କ ଜନ୍ମ । ମାତା ସୁନ୍ଦରୀମଣି ଦେବୀ, ପିତା ବନମାଳୀ ବାରିକ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ସ୍ନାତକୋତ୍ତର ଏବଂ ଉଚ୍ଚତର ଗବେଷଣା ନିମନ୍ତେ ଏମ୍.ଫିଲ ଓ ପିଏଚ୍.ଡି ଉପାଧି ଲାଭ କରିଛନ୍ତି । ବିଶ୍ୱବିଦ୍ୟାଳୟ ଶିକ୍ଷା ପରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପକ ଭାବରେ ନିଜ କର୍ମମୟ ଜୀବନ ଆରମ୍ଭ କରି ପ୍ରଥମେ ରାଜଗାଙ୍ଗପୁରସ୍ଥ ଡାଇମିଆ ମହାବିଦ୍ୟାଳୟ, ଜଳେଶ୍ଵରସ୍ଥ ଦୀନକୃଷ୍ଣ ମହାବିଦ୍ୟାଳୟ ଓ ସମ୍ପ୍ରତି ଜଟଣୀ ମହାବିଦ୍ୟାଳୟରେ ଶିକ୍ଷାଦାନ କରୁଛନ୍ତି । ସେ ଏକାଧାରରେ ଜଣେ ଗାଳ୍ପିକ, ଔପନ୍ୟାସିକ, କବି ତଥା ପ୍ରାବନ୍ଧିକ ଭାବରେ ଓଡ଼ିଆ ସାହିତ୍ୟର ପାଠକ/ପାଠିକା ମହଲରେ ଆଦର ଲାଭ କରିଛନ୍ତି । ୧୯୯୧ ମସିହାରେ ‘ଭିନ୍ନ ଇଲାକା ଭିନ୍ନ କଥା’ ତାଙ୍କର ପ୍ରଥମ ପ୍ରକାଶିତ ସମାଲୋଚନା ଗ୍ରନ୍ଥ । ଦୀର୍ଘ ଦୁଇ ଦଶନ୍ଧି ଧରି ତାଙ୍କ ସାରସ୍ଵତ ଜୟଯାତ୍ରାରେ ଅନେକ ଉପାଦେୟ ଗ୍ରନ୍ଥ ଓଡ଼ିଆ ବାଣୀଭଣ୍ଡାରକୁ ଉପହାର ଦେଇ ସେ ଯଶସ୍ୱୀ ହୋଇଛନ୍ତି ।

ଉଲ୍ଲେଖନୀୟ ରଚନାବଳୀ : ଗଳ୍ପ - ଆଖିରେ ଆଖିରେ ସମୁଦ୍ର, ଆଧାରଶିଳା, ଏରକାରବନ, ଦ୍ରାବିଡ଼ ମୃତ୍ତିକା, ଅରଣ୍ୟ ପ୍ରବେଶ, ସତମାଙ୍କଡ଼ କଥା, ବାରକଥା, ନିଲମ୍ବିତ ଶୁଦ୍ଧୋଦନ, ନିରତ ନିରଞ୍ଜନା, ବିସ୍ତର ଭୂଖଣ୍ଡ ଉପନ୍ୟାସ – ପ୍ରଶ୍ନକାଳ, ସହଜଯାନ

କବିତା- ସନ୍ଧି ସର୍ଗ, ନଈ ଆଡ଼କୁ, ଚିତ୍ରାବତୀକୁ ରାସ୍ତା, ଏଇତ ଚିତ୍ରକୂଟ

ସମାଲୋଚନା- ଆମର ବିମର୍ଷଭାଗ୍ୟ, କାବ୍ୟ କଳ୍ପ: ପ୍ରାଚ୍ୟ ପାଶ୍ଚାତ୍ୟ ଇତ୍ୟାଦି ।

ସମ୍ମାନ ଓ ସ୍ଵୀକୃତି : ଭୁବନେଶ୍ଵର ପୁସ୍ତକମେଳା ପୁରସ୍କାର, ଦୀନକୃଷ୍ଣ ସ୍ମୃତି ପରିଷଦ ପୁରସ୍କାର, ହାଜି ଆସର୍‌ଫ ଅଲ୍ଲୀ ଉଦୟ ପୁରସ୍କାର, ସ୍ପନ୍ଦନ ପୁରସ୍କାର, ପ୍ରଜାତନ୍ତ୍ର ବିଷୁବ ଝଙ୍କାର ଗଳ୍ପ ସମ୍ମାନ ଇତ୍ୟାଦି ।


ରଚନାବଳୀ

Copyright © 2026 Odia Virtual Academy. All rights reserved      Total Visitors-   1

scroll