ଅବଦାନ ଫର୍ମ ✖
Allowed Files: PDF, DOC, DOCX, JPG, JPEG, PNG, GIF
Maximum file size: 100 MB


ଶ୍ରୀ ଅରବିନ୍ଦ ପଟ୍ଟନାୟକ

ଆବିର୍ଭାବ :- ୨୯-୦୪-୧୯୪୧
ଜନ୍ମସ୍ଥାନ :- ଗ୍ରାମଡ଼ିହ, ଖୋର୍ଦ୍ଧା

ଖୋର୍ଦ୍ଧା ଜିଲ୍ଲା ଗଙ୍ଗପଡ଼ା ନିକଟବର୍ତ୍ତୀ ଗ୍ରାମଡ଼ିହରେ ୧୯୪୧ ମସିହା ଅପ୍ରେଲ ୨୯ ତାରିଖରେ ଅରବିନ୍ଦଙ୍କ ଜନ୍ମ । ମାତା କନକମାଳି ଦେଈ, ପିତା ଭଗବାନ ପଟ୍ଟନାୟକ । ହାଇସ୍କୁଲ ଶିକ୍ଷା ସମାପ୍ତ ପରେ ସେ ରେଭେନ୍ସା କଲେଜରୁ କଳାରେ ସ୍ନାତକୋତ୍ତର ଉପାଧି ହାସଲ କରିଛନ୍ତି । ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଉଚ୍ଚତର ଗବେଷଣା କରି ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପି.ଏଚ୍.ଡି ଉପାଧି ଲାଭ କରିଛନ୍ତି । ତାଙ୍କ ରଚନାଗୁଡ଼ିକ ସଂସ୍କୃତି, ସାମାଜିକତା ଓ ମୂଲ୍ୟବୋଧ ଉପରେ ଆଧାରିତ । ଭାଷା, ସାହିତ୍ୟ ଓ ସଂସ୍କୃତି ସମ୍ପର୍କୀୟ ତାଙ୍କ ମୌଳିକ ପ୍ରବନ୍ଧଗୁଡ଼ିକ ଅଧ୍ୟୟନ ଅନୁଶୀଳନ ଓ ଅନୁଭବ ଉପରେ ଆଧାରିତ ହୋଇଥିବାରୁ ଅଶେଷ ପାଠକୀୟ ଆଦର ଲାଭ କରିଛି । ୧୯୫୭ ମସିହାରେ ‘ସେ ପଥର ପଦଚିହ୍ନ’ ତାଙ୍କର ପ୍ରଥମ ପ୍ରକାଶିତ ପୁସ୍ତକ । ସୁଦୀର୍ଘ ସତୁରି ବର୍ଷ ସାରସ୍ଵତ ସାଧନାର ଜୟଯାତ୍ରାରେ ତାଙ୍କ ଲେଖନୀରୁ ନିସୃତ ହୋଇଛି ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, କବିତା, ରମ୍ୟରଚନା, ଶିଶୁ ସାହିତ୍ୟ ଓ ସଂଗୃହୀତ ହୋଇଛି ଅସୁମାରୀ ଲୋକ ସଂସ୍କୃତି ଉପାଦାନ ।

ଉଲ୍ଲେଖନୀୟ ରଚନାବଳୀ : ପ୍ରବନ୍ଧ : ହେ ଅତୀତ କଥା କହ, ପ୍ରବନ୍ଧରେ ନାନାକଥା, ପରମ୍ପରା ଓ ମୂଲ୍ୟବୋଧ, ଓଡ଼ିଆ ଲୋକଦର୍ଶନ ଓ ଲୋକଧାରା

ଉପନ୍ୟାସ : ଅୟନାନ୍ତ

ଗଳ୍ପ : ସାରଥିର ଶପଥ

ରମ୍ୟରଚନା : ମନ କହୁଛି ଘୋଡ଼ା ଚଢ଼ିବି ଇତ୍ୟାଦି ।

ସମ୍ମାନ ଓ ସ୍ୱୀକୃତି : କ୍ଷେତ୍ରବାସୀ ସାହିତ୍ୟ ବିଦ୍ୟା ପୁରସ୍କାର, ଭାରତଚନ୍ଦ୍ର ନାୟକ ସ୍ମୃତି ସମ୍ମାନ, ମଞ୍ଜରୀ ଦେବୀ ସାହିତ୍ୟ ସମ୍ମାନ, ପ୍ରଫେସର ଜଗନ୍ନାଥ ମହାନ୍ତି ସ୍ମୃତି ସମ୍ମାନ, ଆର୍ତ୍ତବଲ୍ଲଭ ସ୍ମୃତି ସମ୍ମାନ, ଅମୃତାୟନ ସମ୍ମାନ ଇତ୍ୟାଦି ।


ରଚନାବଳୀ
ଗଦ୍ୟ ସାରାଂଶ

Copyright © 2026 Odia Virtual Academy. All rights reserved      Total Visitors-   1

scroll