ଅବଦାନ ଫର୍ମ ✖
Allowed Files: PDF, DOC, DOCX, JPG, JPEG, PNG, GIF
Maximum file size: 100 MB


ହୃଦାନନ୍ଦ ପାଣିଗ୍ରାହୀ

ଆବିର୍ଭାବ :- ୦୬-୦୮-୧୯୫୫
ଜନ୍ମସ୍ଥାନ :- ଭଦ୍ରକ ଜିଲ୍ଲା , ଝାଡ଼ପଟା ଗ୍ରାମ

ଭଦ୍ରକ ଜିଲ୍ଲା ଦୋଳ ସାହି ଅନ୍ତର୍ଗତ ଝାଡ଼ପଟା ଗ୍ରାମରେ ୧୯୫୫ ମସିହା ଅଗଷ୍ଟ ୬ ତାରିଖରେ ହୃଦାନନ୍ଦଙ୍କ ଜନ୍ମ । ମାତା ଫୁଲମଣି ପାଣିଗ୍ରାହୀ, ପିତା ହରିହର ପାଣିଗ୍ରାହୀ । ଉତ୍କଳ ବିଶ୍ଵବିଦ୍ୟାଳୟରୁ କଳାରେ ସ୍ନାତକୋତ୍ତର ଶିକ୍ଷା ପ୍ରାପ୍ତ ପରେ ସେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପକ ଭାବରେ ନିଜ କର୍ମମୟ ଜୀବନ ଆରମ୍ଭ କରି ଦୀର୍ଘ ତିନି ଦଶନ୍ଧି ଧରି ଶିକ୍ଷାଦାନ ପରେ ପ୍ରାଧ୍ୟାପକ ପଦବୀରୁ ଅବସର ଗ୍ରହଣ କରିଛନ୍ତି । କବିତା, ଗୀତିକବିତା, ପ୍ରବନ୍ଧ ଓ ସମାଲୋଚନା ତଥା ଅନୁବାଦ ଇତ୍ୟାଦି ସାହିତ୍ୟ କର୍ମରେ ସେ ଚାଳିଶ ବର୍ଷରୁ ଅଧ‌ିକ କାଳ ଧରି ସାଧନା ରତ ଅଛନ୍ତି । ୧୯୯୦ ମସିହାରେ ‘ଅନଂତ ପ୍ରେମର ଗୀତ’ ତାଙ୍କର ପ୍ରଥମ ପ୍ରକାଶିତ କବିତା ସଂକଳନ । ତାଙ୍କ କବିତା / ଗୀତିକବିତାରେ ଭରି ରହିଛି ଆବେଗର ଅନ୍ତରଙ୍ଗ ଉଚ୍ଛ୍ୱାସ, ସରଳତା, ସ୍ୱଚ୍ଛତା । ଲାଳିତ୍ୟ ଓ ସାଂଗୀତିକତାକୁ ନେଇ ପରିପୃଷ୍ଟ ତାଙ୍କ କବିତା/ ଗୀତିକବିତା ପାଠକକୁ ସମ୍ମୋହିତ କରିବାର ସାମର୍ଥ ରଖେ ।

ଉଲ୍ଲେଖନୀୟ ରଚନାବଳୀ : କବିତା- କବିତା : ଲୁହର ଟୋପାଏ ଜହ୍ନ, ନଷ୍ଟ ପାଦ, ଆରତ ନଳୀନ ବନ, ଝରିପଡ଼ୁଥୁବା ଶୂନ୍ୟତା ଗୋଟାପଣେ ଦୁଃଖରେ, ଶକୁଂତଳା, ମାଟିକଥା ଆଗପାହୁଣ୍ଡ, ପାଣି ଫୋଟକା, ଦୀର୍ଘ, ଅନ୍ଧାର ଧୂଳି

ଗୀତି କବିତା–  ମନେପଡ଼େ ଆଜି, ଇବୁକ୍ କବିତା ଗ୍ରନ୍ଥ, ଛାଇର ପାଦ

ସମାଲୋଚନା - ସାରସ୍ଵତ ଗବାକ୍ଷ

ଅନୁବାଦ – ବୁଦ୍ଧିମାନ ଘରଚଟିଆ ଇତ୍ୟାଦି

ସମ୍ମାନ ଓ ସ୍ୱୀକୃତି : ଉତ୍ତର ଓଡ଼ିଶା ଲେଖକ ସମ୍ମେଳନ ପୁରସ୍କାର, ଚଲାପଥ କବିତା ସମ୍ମାନ, ଚନ୍ଦ୍ରଭାଗା କବିତା ସମ୍ମାନ, କାନ୍ତକବି ସ୍ମୃତି ପୁରସ୍କାର, ନବକାକଳି କବିତା ସମ୍ମାନ, ୪୮ତମ ବିଷୁବ ମିଳନ ପ୍ରଜାତନ୍ତ୍ର କବିତା ପୁରସ୍କାର, ସାଲେପୁର କବିତା ସମ୍ମାନ, ଖୋଲାଫର୍ଦ୍ଦ କବିତା ସମ୍ମାନ, ବିଜୟାମିଳନ କବିତା ସମ୍ମାନ ଇତ୍ୟାଦି ।


ରଚନାବଳୀ
ଗୀତିକବିତା ସଂକଳନ
ପ୍ରବନ୍ଧ ସଂକଳନ
ଶ୍ରାବ୍ୟ ଗଳ୍ପ

Copyright © 2026 Odia Virtual Academy. All rights reserved      Total Visitors-   1

scroll