ଆବିର୍ଭାବ :- ୧୮-୦୧-୧୯୪୫
ଜନ୍ମସ୍ଥାନ :-
ପରିଚୟ
ପଦ୍ମଶ୍ରୀ ଡ. ପ୍ରତିଭା ଶତପଥୀ ସମକାଳୀନ ଓଡ଼ିଆ ସାହିତ୍ୟର ଜଣେ ବିଶିଷ୍ଟ କବୟିତ୍ରୀ, ସାହିତ୍ୟ ସମାଲୋଚିକା, ପ୍ରାବନ୍ଧିକା, ଅନୁବାଦିକା ଓ ସମ୍ପାଦିକା । ତାଙ୍କର ସୃଜନଶୀଳ ଓ ବୌଦ୍ଧିକ ଅବଦାନ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବା ସହ ଏହାକୁ ଏକ ବ୍ୟାପକ ଭାରତୀୟ ସାହିତ୍ୟିକ ପରିସରରେ ପ୍ରତିଷ୍ଠିତ କରିଛି । ତାଙ୍କ ରଚନାରେ ମାନବୀୟ ଭାବାବେଗ, ନାରୀ ଅସ୍ତିତ୍ୱ, ସାମାଜିକ ବାସ୍ତବତା, ଜୀବନର ଅସ୍ତିତ୍ୱବାଦୀ ପ୍ରଶ୍ନ ଓ ଆଧୁନିକ ଜୀବନର ପରିବର୍ତ୍ତିତ ଦିଗର ସୂକ୍ଷ୍ମ ପ୍ରତିଫଳନ ଦେଖିବାକୁ ମିଳେ ।
ଜନ୍ମତାରିଖ ଓ ଜନ୍ମସ୍ଥାନ
ଡ. ପ୍ରତିଭା ଶତପଥୀଙ୍କ ଜନ୍ମ ୧୮ ଜାନୁଆରୀ ୧୯୪୫ ମସିହାରେ ଓଡ଼ିଶାର କଟକ ଜିଲ୍ଲାରେ ହୋଇଥିଲା । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଗ୍ରହଣ କରି ସ୍ନାତକୋତ୍ତର ଓ ପିଏଚ୍.ଡି. ଡିଗ୍ରୀ ହାସଲ କରିଥିଲେ । ଓଡ଼ିଶାର ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପନା କରିବା ପରେ ସେ ଓଡ଼ିଶା ଶିକ୍ଷା ସେବାରୁ ଅବସର ଗ୍ରହଣ କରିଥିଲେ ।
ପୁରସ୍କାର ଓ ସମ୍ମାନ
ଡ. ପ୍ରତିଭା ଶତପଥୀ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଶାରଳା ପୁରସ୍କାର (୧୯୯୨), ସାହିତ୍ୟ ଭାରତୀ ସମ୍ମାନ (୨୦୧୪)—ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ୍ ପ୍ରଦତ୍ତ, ଝଙ୍କାର ପୁରସ୍କାର–କବିତା (୧୯୮୧)—ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ, କ୍ରିଟିକ ସର୍କଳ ଅଫ୍ ଇଣ୍ଡିଆ ପୁରସ୍କାର (୧୯୯୬), ଧରିତ୍ରୀ–ସମାଜବାଦୀ ସୋସାଇଟି କବିତା ସମ୍ମାନ (୧୯୮୫), ପ୍ରଜାତନ୍ତ୍ର ତରୁଣ କବି ପୁରସ୍କାର (୧୯୬୨), ରାଷ୍ଟ୍ରୀୟ କବିର ସମ୍ମାନ (୨୦୧୪–୧୫)—ମଧ୍ୟପ୍ରଦେଶ ସରକାରଙ୍କ ସଂସ୍କୃତି ବିଭାଗ ପ୍ରଦତ୍ତ, ଉତ୍କଳ ସୂର୍ଯ୍ୟ ସମ୍ମାନ (୨୦୦୮), କବୟତ୍ରୀ ସୁଭଦ୍ରା କୁମାରୀ ଚୌହାନ ସାହିତ୍ୟ ସମ୍ମାନ (୨୦୦୭)—ରାଷ୍ଟ୍ରୀୟ ହିନ୍ଦୀ ଏକାଡେମୀ ଓ ରୁପାମ୍ବରା ସମ୍ମାନ (କଲିକତା ପ୍ରଦତ୍ତ), ରାଷ୍ଟ୍ରୀୟ ହିନ୍ଦୀ ଏକାଡେମୀ ଓ ରୁପାମ୍ବରା ସମ୍ମାନ ଏବଂ ଆର୍.ଜି. ଜାତୀୟ ସଦ୍ଭାବନା ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ତାଙ୍କର ଅସାଧାରଣ ସାହିତ୍ୟିକ ସାଧନାର ଜାତୀୟ ସ୍ୱୀକୃତିସ୍ୱରୂପ ୨୦୨୫ ମସିହାରେ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ପଦ୍ମଶ୍ରୀ ପ୍ରଦାନ କରାଯାଇଛି ।