ଅବଦାନ ଫର୍ମ ✖
Allowed Files: PDF, DOC, DOCX, JPG, JPEG, PNG, GIF
Maximum file size: 100 MB


ଶ୍ରୀ ଗଣେଶରାମ ନାହାକ

ଆବିର୍ଭାବ :- ୦୭-୦୩-୧୯୫୪
ଜନ୍ମସ୍ଥାନ :- ଦାନିପାଲି, ବୁଢ଼ାରଜା, ସମ୍ୱଲପୁର

ଅବିଭକ୍ତ ସମ୍ବଲପୁର ଜିଲ୍ଲା ବର୍ତ୍ତମାନର ବରଗଡ଼ ଅନ୍ତର୍ଗତ ସୋହେଲା ନିକଟବର୍ତ୍ତୀ ଚିଚିଣ୍ଡା ଗ୍ରାମରେ ୧୯୫୪ ମସିହା ମାର୍ଚ୍ଚ ୭ ତାରିଖରେ ଗଣେଶଙ୍କ ଜନ୍ମ । ମାତା ବେଲମତୀ ନାହାକ, ପିତା ହୃଷିକେଶ ନାହାକ । କଳାରେ ସେ ସ୍ନାତକ ଉପାଧି ଲାଭ କରିଛନ୍ତି । ଶିକ୍ଷା ସମାପ୍ତ ପରେ ଓଡ଼ିଶା ସରକାରଙ୍କ ଜଳ ସମ୍ପଦ ବିଭାଗରେ ଯୋଗଦାନ କରି ସେ ନିଜ କର୍ମମୟ ଜୀବନ ଆରମ୍ଭ କରନ୍ତି । ସରକାରୀ ଚାକିରି ବୃତ୍ତି ହେଲେ ହେଁ ତାଙ୍କ ପ୍ରବୃତ୍ତି ସାରସ୍ଵତ ସାଧନା, ସାହିତ୍ୟ ସେବା ଓ ସାଂସ୍କୃତିକ ଆନ୍ଦୋଳନରେ ଓତଃପ୍ରୋତଃ ଭାବରେ ସାମିଲ ହେବା । କୈଶୋରାବସ୍ଥାରୁ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ଗଭୀର ଅନୁରାଗ ଫଳରେ ଲେଖନୀ ଚାଳନା ତାଙ୍କ ଜୀବନର ନିଶା ପାଲଟିଯାଏ । ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ୱକାଳ ଧରି ତାଙ୍କ ରଚନାର ଧାରା ନିରବଚ୍ଛିନ୍ନ ଭାବରେ ପ୍ରବାହିତ ହୋଇ ପ୍ରଗଳ୍‍ଭା ସ୍ରୋତସ୍ଵିନୀଟିଏ ପାଲଟି ଯାଇଛି, ଯାହା ଓଡ଼ିଆ ସାହିତ୍ୟର ମହୋଦଧିକୁ ରତ୍ନଗର୍ଭା କରିପାରିଛି । ୧୯୮୩ ମସିହାରେ ‘ନିର୍ଝର’ ତାଙ୍କ ପ୍ରଥମ ପ୍ରକାଶିତ କବିତା ସଂକଳନ । ତାଙ୍କ ସର୍ଜନାତ୍ମକ ସୃଷ୍ଟିରେ ଓଡ଼ିଆ ସାହିତ୍ୟର ଗଳ୍ପ, କବିତା, ପ୍ରବନ୍ଧ, ଜୀବନୀ ଆଦି ବିଭବ ମହିମାମଣ୍ଡିତ ହୋଇଥିବାବେଳେ ତାଙ୍କ ମହନୀୟ କୃତିରେ ସଂପାଦନା ଓ ସଂକଳନ କର୍ମ ଅଧିକ ପୁଷ୍କଳ ହୋଇପାରିଛି ।

ଉଲ୍ଲେଖନୀୟ ରଚନାବଳୀ : ଆତ୍ମଜୀବନୀ : ପଣ୍ଡିତ ନୀଳମଣି ବିଦ୍ୟାରତ୍ନ, ବାଣୀପୁତ୍ର, ଜାତିପ୍ରାଣ ଚନ୍ଦ୍ରଶେଖର, ଗଙ୍ଗାଧର ଜୀବନୀ ଓ ସାହିତ୍ୟ

ପ୍ରବନ୍ଧ : ସାହିତ୍ୟ ଓ ସଂସ୍କୃତି, ସୃଷ୍ଟି ଓ ସ୍ରଷ୍ଟା, ଭାଗବତ ସୂକ୍ତିମାଳା, ଓଡ଼ିଶାର ଅରଣ୍ୟ ସମ୍ପଦ

ସଂକଳନ : ପଶ୍ଚିମ ଓଡ଼ିଶାର ଢଗଢ଼ମାଳି ଓ ପ୍ରବାଦ ପ୍ରବଚନ, ପଶ୍ଚିମ ଓଡ଼ିଶାର ପର୍ବପର୍ବାଣି

ଅନ୍ୟାନ୍ୟ : ବୁଢ଼ାରଜା ପାହାଡ଼, ସରସ କଥା କାହାଣୀ ଇତ୍ୟାଦି ।

ସମ୍ମାନ ଓ ସ୍ୱୀକୃତି : ରାଜଧାନୀ ପୁସ୍ତକମେଳା ପୁରସ୍କାର, ନୃସିଂହ ଗୁରୁ ସ୍ମୃତି କମିଟି ସମ୍ମାନ, ବୁଢ଼ାରାଜା ବନସୁରକ୍ଷା ପରିଷଦ ସମ୍ମାନ, ଗଙ୍ଗାଧର ଜାତୀୟ ସମ୍ମାନ ଇତ୍ୟାଦି ।


ରଚନାବଳୀ
ଉପନ୍ୟାସ
ଶ୍ରାବ୍ୟ ଉପନ୍ୟାସ

Copyright © 2026 Odia Virtual Academy. All rights reserved      Total Visitors-   1

scroll