ଅବଦାନ ଫର୍ମ ✖
Allowed Files: PDF, DOC, DOCX, JPG, JPEG, PNG, GIF
Maximum file size: 100 MB


ଶ୍ରୀ ବିଜୟ କୁମାର ନନ୍ଦ

ଆବିର୍ଭାବ :- ୧୫-୧୦-୧୯୩୫
ଜନ୍ମସ୍ଥାନ :- ଛତିଆ, ଯାଜପୁର

ଆବିର୍ଭାବ :- ୧୬-୦୩-୧୯୫୦
ଜନ୍ମସ୍ଥାନ :- ଛତିଆ, ଯାଜପୁର

ଯାଜପୁର ଜିଲ୍ଲା ବଡ଼ଚଣା ଅନ୍ତର୍ଗତ ଛତିଆ ଗ୍ରାମରେ ୧୯୩୫ ମସିହା ଅକ୍ଟୋବର ୧୫ ତାରିଖରେ ବିଜୟଙ୍କ ଜନ୍ମ । ମାତା ସରସ୍ଵତୀ ଦେବୀ, ପିତା ବଂଶୀଧର ନନ୍ଦ । ଉତ୍କଳ ବିଶ୍ଵବିଦ୍ୟାଳୟରୁ ଏମ.ବି.ବି.ଏସ୍ ଏବଂ ଲକ୍ଷ୍ନୌ ବିଶ୍ଵବିଦ୍ୟାଳୟରୁ ଏମ୍.ଡ଼ି ଉପାଧି ଲାଭ କରି ବିଭିନ୍ନ ଭେଷଜ ମହାବିଦ୍ୟାଳୟମାନଙ୍କରେ ଦୀର୍ଘ ତିରିଶ ବର୍ଷରୁ ଊର୍ଦ୍ଧ୍ୱକାଳ ଧରି ଅଧ୍ୟାପନା ବୃତ୍ତି ଓ ମାନବ ସେବାରେ ମନୋନିବେଶ କରି ଅଧୀକ୍ଷକ, ଅଧ୍ୟକ୍ଷ ଦାୟିତ୍ଵ କିଛିକାଳ ନିର୍ବାହ ପରେ ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ଦାୟିତ୍ଵରେ ଥିବାବେଳେ ଅବସର ଗ୍ରହଣ କରିଛନ୍ତି । ସେ ବୃତ୍ତିରେ ଡାକ୍ତର ହୋଇଥିବା ସ୍ଥଳେ ପ୍ରବୃତ୍ତିରେ ସାରସ୍ଵତ ସାଧକ ଭାବରେ ଗଳ୍ପ, ଉପନ୍ୟାସ, ରମ୍ୟରଚନା, ନାଟକ ଓ ଏକାଙ୍କିକା ଇତ୍ୟାଦି ବିଭାଗରେ ଲେଖନୀ ଚାଳନା କରି ଯଶସ୍ୱୀ ହୋଇଛନ୍ତି । ୧୯୫୭ ମସିହାରେ ‘ଏ ମାଟିର ଫୁଲ’ ତାଙ୍କର ପ୍ରଥମ ପ୍ରକାଶିତ ଉପନ୍ୟାସ ପୁସ୍ତକ । ଦୀର୍ଘ ଷାଠିଏ ବର୍ଷରୁ ଅଧିକ କାଳ ଧରି ସାହିତ୍ୟ ସେବାରେ ବ୍ରତୀ ଡାକ୍ତର ନନ୍ଦଙ୍କ ତିରିଶରୁ ଅଧିକ ପୁସ୍ତକ ପ୍ରକାଶ ପାଇ ଅଶେଷ ପାଠକୀୟ ଆଦୃତି ଲାଭ କରିପାରିଛି ।

ଉଲ୍ଲେଖନୀୟ ରଚନାବଳୀ : ଉପନ୍ୟାସ : ଶତାବ୍ଦୀ ନାୟିକା

ଗଳ୍ପ : ଫସିଲ

ଏକାଙ୍କିକା : ଅନନ୍ତ ସାଗରରେ ଝଡ଼, ଶେଷ ସ୍ଵପ୍ନର ରାତି, ଉଦ୍‌ଭ୍ରାନ୍ତ ପୃଥ‌ିବୀ

ରମ୍ୟରଚନା : ସୁହାସିତ, ହସନ୍ତିକା

ନାଟକ : ମାନସୀ, ଅନେକ ଝଡ଼ର ଆକାଶ, ପାଗଳ, ଚଲାବାଟ, ଘୂର୍ଣ୍ଣିବାୟୁ, ଭଗ୍ନତରଙ୍ଗ, ଧୂସର ଜ୍ୟୋତ୍ସ୍ନା, ସୌରତୃଷ୍ଣା, ମୃଗତୃଷ୍ଣା, ଅଜାତଶତ୍ରୁ, ଗୋଧୂଳି, ସୌରକଳଙ୍କ, କାଦରବେଗ, ଅବସନ୍ନ ରବି ଇତ୍ୟାଦି ।

ସମ୍ମାନ ଓ ସ୍ୱୀକୃତି : ଆନ୍ତବିଶ୍ୱବିଦ୍ୟାଳୟ ରେଡ଼ିଓ ନାଟିକା ପୁରସ୍କାର ୧୯୫୭, ଜୟଗୋପାଳ ମୁଖାର୍ଜୀ ସ୍ଵର୍ଣ୍ଣପଦକ ୧୯୫୮ ଇତ୍ୟାଦି ।


ରଚନାବଳୀ

Copyright © 2026 Odia Virtual Academy. All rights reserved      Total Visitors-   1

scroll