ପ୍ରମୁଖ ସରକାରୀ ଏବଂ ନିୟାମକ ସଂସ୍ଥା
ଓଡ଼ିଶାରେ ଏହି ସଂଗଠନଗୁଡ଼ିକ ନୀତି, ଶାସନ, ଉପଯୋଗିତା ଏବଂ ରାଜ୍ୟ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହା ରାଜ୍ୟର କେନ୍ଦ୍ରୀୟ ପ୍ରଶାସନିକ ପ୍ରାଧିକରଣ, ସମସ୍ତ ବିଭାଗ ଏବଂ ବିକାଶ କାର୍ଯ୍ୟକଳାପକୁ ତଦାରଖ କରେ । ଏଠାରେ ଓଡ଼ିଶାର ପ୍ରମୁଖ ସରକାରୀ ଏବଂ ନିୟାମକ ଅନୁଷ୍ଠାନଗୁଡ଼ିକର ଏକ ବିସ୍ତୃତ ସାରାଂଶ ଦିଆଯାଇଛି — ରାଜ୍ୟରେ ଶାସନ, ନିୟନ୍ତ୍ରଣ, ପ୍ରଶାସନ ଏବଂ ସାର୍ବଜନୀନ ସେବା ପ୍ରଦାନରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ସାମ୍ବିଧାନିକ ସଂସ୍ଥା, କମିଶନ ଏବଂ କର୍ତ୍ତୃପକ୍ଷଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥାଏ । ଓଡ଼ିଶା ସରକାର ହେଉଛି ରାଜ୍ୟକୁ ପ୍ରଶାସନ କରୁଥିବା କେନ୍ଦ୍ରୀୟ କର୍ତ୍ତୃପକ୍ଷ । ଏହା ଆଇନ ଏବଂ ଶୃଙ୍ଖଳା, ସାର୍ବଜନୀନ ସେବା, ଅର୍ଥନୈତିକ ବିକାଶ, ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି ଏବଂ ବିଭିନ୍ନ ବିଭାଗ ମାଧ୍ୟମରେ କାର୍ଯ୍ୟ କରେ । କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପରିଚାଳିତ ଏବଂ ପ୍ରତ୍ୟେକ ବିଭାଗର ସଚିବଙ୍କ ସହିତ ମୁଖ୍ୟ ସଚିବଙ୍କ ଦ୍ୱାରା ପରିଚାଳିତ ହୋଇଥାଏ । ପ୍ରମୁଖ ବିଭାଗଗୁଡ଼ିକ ମଧ୍ୟରେ ଗୃହ, ଅର୍ଥ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ପରିବହନ, ଶିଳ୍ପ, ଜଳସମ୍ପଦ, ବିଦ୍ୟାଳୟ ଏବଂ ଗଣଶିକ୍ଷା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏବଂ ଗ୍ରାମୀଣ ବିକାଶ ଅନ୍ତର୍ଭୁକ୍ତ ।
ଓଡ଼ିଶା ସଚିବାଳୟ ବା ଲୋକସଭା ଭବନ:
ଓଡ଼ିଶା ସଚିବାଳୟ (Odisha Secretariat) ହେଉଛି ରାଜ୍ୟ ସରକାରର ପ୍ରଶାସନିକ କେନ୍ଦ୍ର, ଯାହାକୁ ସାଧାରଣତଃ ‘‘ଲୋକ ସେବା ଭବନ’’ ଭାବେ ଜଣାଯାଏ । ଓଡ଼ିଶା ସଚିବାଳୟ ରାଜ୍ୟ ସରକାରର ପ୍ରଶାସନିକ କେନ୍ଦ୍ର, ଯେଉଁଠାରେ ମନ୍ତ୍ରୀ, ମୁଖ୍ୟ ସଚିବ ଏବଂ ପ୍ରମୁଖ ସଚିବ ମିଶି ଓଡ଼ିଶାର ନୀତି, ବଜେଟ୍, ଓ ବିକାଶ ପ୍ରକଳ୍ପକୁ ପରିଚାଳନା କରନ୍ତି । ଏଠାରେ ସମସ୍ତ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ରହିଛି । ସମସ୍ତ ରାଜ୍ୟ ବିଭାଗ ଏଠାରୁ ନୀତି ନିର୍ଦ୍ଦେଶ, ଯୋଜନା ଓ ପ୍ରଶାସନିକ କାର୍ଯ୍ୟ ପରିଚାଳନା କରନ୍ତି । ଏହା ଭୁବନେଶ୍ୱରରେ ଅବସ୍ଥିତ ।
ପ୍ରଶାସନିକ ଗଠନ:
ମୁଖ୍ୟ ସଚିବ ଓ ରାଜ୍ୟ ପ୍ରଶାସନର ସର୍ବୋଚ୍ଚ IAS ଅଧିକାରୀ, ସମସ୍ତ ବିଭାଗର ସମନ୍ୱୟ କରନ୍ତି । ପ୍ରମୁଖ ସଚିବ/କମିଶନର-ସହ-ସଚିବ(Principal-Secretaries/Commissioners-cum- Secretaries ) ବିଭିନ୍ନ ବିଭାଗର ମୁଖ୍ୟ ଅଟନ୍ତି । ଏଠାରେ ୪୦ଟି ବିଭାଗ ରହିଛି । (ଯଥା – ଅର୍ଥ, ସ୍ୱାସ୍ଥ୍ୟ, କୃଷି, ଶିଳ୍ପ, ଉଚ୍ଚଶିକ୍ଷା, ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ, ପଞ୍ଚାୟତିରାଜ ଇତ୍ୟାଦି) । ଏଠାରେ ଥିବା ପ୍ରତ୍ୟେକ ବିଭାଗର ଜଣେ ମନ୍ତ୍ରୀ ଥାନ୍ତି, ଯିଏ Secretaryଙ୍କ ସହିତ କାର୍ଯ୍ୟ କରନ୍ତି ।
ଓଡ଼ିଶା ଲୋକସେବା ଆୟୋଗ (OPSC):
ଓଡ଼ିଶା ଲୋକସେବା ଆୟୋଗ (OPSC) ହେଉଛି ରାଜ୍ୟର ସର୍ବୋଚ୍ଚ ନିଯୁକ୍ତି ନିୟନ୍ତ୍ରଣ ସଂସ୍ଥା । ଓଡ଼ିଶା ଲୋକସେବା ଆୟୋଗ (OPSC) ରାଜ୍ୟ ପ୍ରଶାସନକୁ ନ୍ୟାୟପୂର୍ଣ୍ଣ ଓ କ୍ଷମତାଶୀଳ କରେ । ଓଡ଼ିଶା ଲୋକସେବା ଆୟୋଗ (OPSC) IAS, OAS, OFS, OPS Assistant Section Officer, Assistant Agriculture Officer, Lecturer, Medical Officer ପରି ଗ୍ରୁପ୍ ‘ଏ’ ଏବଂ ‘ବି’ ସେବାରେ ନିଯୁକ୍ତି ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷା, ସାକ୍ଷାତକାର ପରୀକ୍ଷା ଆୟୋଜନ କରିଥାଏ ।
ଓଡ଼ିଶା ଲୋକସେବା ଆୟୋଗରେ (OPSC)ଚେୟାରମ୍ୟାନ୍, ଅଧିକାରୀ ଓ ସହାୟକ କର୍ମଚାରୀଙ୍କ ଓ ଅନ୍ୟାନ୍ୟ ସଦସ୍ୟମାନଙ୍କ ଦ୍ୱାରା ପରିଚାଳିତ ହୁଏ । ଓଡ଼ିଶା ଲୋକସେବା ଆୟୋଗ (OPSC) ୧ ଏପ୍ରିଲ୍ ୧୯୪୯ ପ୍ରତିଷ୍ଠା କରାଯାଇଥିଲା ।
ଓଡ଼ିଶା ରାଜ୍ୟ ନିର୍ବାଚନ କମିଶନ:
ରାଜ୍ୟରେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ନଗରପାଳିକା, ନଗର ନିଗମ) ଏବଂ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକର ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିଥାଏ । ଓଡ଼ିଶା ରାଜ୍ୟ ନିର୍ବାଚନ କମିଶନ (Odisha State Election Commission) ହେଉଛି ଏକ ସ୍ୱାୟତ୍ତ, ସାଂବିଧାନିକ ସଂସ୍ଥା, ଯାହା ରାଜ୍ୟରେ ସ୍ଥାନୀୟ ନିର୍ବାଚନଗୁଡ଼ିକୁ ସ୍ୱତନ୍ତ୍ର, ସ୍ୱଚ୍ଛ ଓ ନିଷ୍ପକ୍ଷ ଭାବରେ କରାଇବା ପାଇଁ ଗଠିତ । ଏହାର ଗଠନ ୧୯୯୪ମସିହାରେ ସ୍ଥାପିତ କରାଯାଇଥିଲା ।
- ରାଜ୍ୟ ନିର୍ବାଚନ କମିଶନରଙ୍କ (State Election Commissioner) ନିଯୁକ୍ତି ଓଡ଼ିଶାର ରାଜ୍ୟପାଳଙ୍କ ଦ୍ୱାରା କରାଯାଏ । ଏହାର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ ଅବସ୍ଥିତ ।
ଓଡ଼ିଶା ବିଧାନ ସଭା
ଓଡ଼ିଶା ବିଧାନ ସଭା (Odisha Legislative Assembly) ହେଉଛି ରାଜ୍ୟର ଏକମାତ୍ର ବିଧାନ ମଣ୍ଡଳ, ଯାହାରେ ୧୪୭ଟି ସଦସ୍ୟ (MLA) ଜନତାଙ୍କ ଦ୍ୱାରା ପ୍ରତ୍ୟକ୍ଷ ଭୋଟ ମାଧ୍ୟମରେ ନିର୍ବାଚିତ ହୋଇଥାନ୍ତି । ଓଡ଼ିଶା ବିଧାନସଭା ହେଉଛି ରାଜ୍ୟର ସର୍ବୋଚ୍ଚ ଆଇନ ନିର୍ମାଣକାରୀ ଅନୁଷ୍ଠାନ ଏହା ରାଜ୍ୟ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଓ ଲୋକତନ୍ତ୍ରର ମୂଳ ଆଧାର । ପ୍ରଥମେ ୨୦ ଫେବୃଆରୀ ୧୯୫୨ରେ ପ୍ରଥମ ବିଧାନ ସଭା ଗଠିତ ହୋଇଥିଲା ।
ଓଡ଼ିଶା ବିଧାନସଭା ଏକ ଏକସଦନୀୟ (Unicameral) ବିଧାନମଣ୍ଡଳ । ଏଠାରେ ୧୪୭ ଜଣ ନିର୍ବାଚିତ ସଦସ୍ୟ (MLA) ରହିଛନ୍ତି । ସଦସ୍ୟମାନେ ସିଧାସଳଖ ଜନମତ ଦ୍ୱାରା ନିର୍ବାଚିତ ହୁଅନ୍ତି । ବିଧାନସଭାର କାର୍ଯ୍ୟକାଳ ୫ ବର୍ଷ । ଏଠାରେ ମୁଖ୍ୟ ଅଧିକାରୀ ହେଉଛନ୍ତି ବାଚସ୍ପତି, ଉପବାଚସ୍ପତି, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳ ସଦସ୍ୟ ।
ଏହି ସଭାର କାର୍ଯ୍ୟ ଓ ଦାୟିତ୍ୱ
କ) ରାଜ୍ୟ ସମ୍ପର୍କିତ ବିଷୟରେ ଆଇନ ପ୍ରସ୍ତୁତ ଓ ପାରିତ କରିଥାଏ ।
ଖ) ବଜେଟ୍ ଆଲୋଚନା ଓ ଅନୁମୋଦନ କରିଥାଏ ଓ କର ଓ ବ୍ୟୟ ଉପରେ ନିୟନ୍ତ୍ରଣ କରିଥାଏ ।
ଗ) ପ୍ରଶ୍ନ, ଆଲୋଚନା ଓ ନିନ୍ଦା ପ୍ରସ୍ତାବ ମାଧ୍ୟମରେ ସରକାରକୁ ଦାୟୀ କରିଥାଏ ।
ଓଡ଼ିଶା ବିଧାନସଭା ଲୋକମାନଙ୍କର ଆକାଂକ୍ଷାକୁ ପ୍ରତିବିମ୍ବିତ କରେ ଓ ରାଜ୍ୟର ସୁସ୍ଥ, ଗଣତାନ୍ତ୍ରିକ ଶାସନ ସୁନିଶ୍ଚିତ କରେ ।
ରାଜ ଭବନ:
ଓଡ଼ିଶାର ‘ରାଜ ଭବନ’ (ବର୍ତ୍ତମାନ ‘ଲୋକ ଭବନ’ ନାମରେ ପରିଚିତ) ହେଉଛି । ଏହା ରାଜ୍ୟପାଳଙ୍କର ଆଧିକାରିକ ନିବାସ । ୨୦୨୫ ଡିସେମ୍ବର ୧ରୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁସାରେ ଏହାକୁ ‘ଲୋକ ଭବନ’ ଭାବେ ପୁନର୍ନାମକରଣ କରାଯାଇଛି । ପୂର୍ବରୁ ରାଜ ଭବନ ନାମରେ ପରିଚିତ ଥିଲା ।
- ରାଜ୍ୟପାଳଙ୍କର ଆଧିକାରିକ ନିବାସ, ସରକାରୀ ଅନୁଷ୍ଠାନ, ଅତିଥି ସ୍ୱାଗତ, ଓ ରାଜ୍ୟପାଳଙ୍କର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥାଏ ।
- ବର୍ତ୍ତମାନ ରାଜ୍ୟପାଳ: ଡ଼. ହରି ବାବୁ କମ୍ଭମ୍ପତି ।
- ପୁର୍ନନାମକରଣ: ୨୦୨୫ ଡିସେମ୍ବର ୧ରୁ ‘ରାଜ ଭବନ’ → ‘ଲୋକ ଭବନ’ ନାମିତ କରାଯାଇଛି । ।
- କେନ୍ଦ୍ର ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଅନୁସାରେ ସମସ୍ତ ରାଜ୍ୟରେ ‘ରାଜ ଭବନ’କୁ ‘ଲୋକ ଭବନ’ ଓ ‘ରାଜ ନିବାସ’କୁ ‘ଲୋକ ନିବାସ’ କରାଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି ଜନସାଧାରଣଙ୍କ ସହିତ ସମ୍ପର୍କକୁ ଅଧିକ ସ୍ପଷ୍ଟ କରିବା ।
- ଓଡ଼ିଶାର ‘ରାଜ ଭବନ’ ବର୍ତ୍ତମାନ ‘ଲୋକ ଭବନ’ ନାମରେ ପରିଚିତ, ଯାହା ରାଜ୍ୟପାଳଙ୍କର ଆଧିକାରିକ ନିବାସ ଓ ସରକାରୀ କାର୍ଯ୍ୟକ୍ରମର କେନ୍ଦ୍ର ।