କୃଷି, ମତ୍ସ୍ୟ, ପଶୁ ଚିକିତ୍ସା ଓ ପଶୁପାଳନ

ଓଡ଼ଶାର ମୃତ୍ତିକା, ବୃଷ୍ଟିପାତ ଏବଂ ଜଳବାୟୁ ଚାଷ ପାଇଁ ଅତ୍ୟନ୍ତ ଉପଯୁକ୍ତ ହୋଇଥିଲେ ହେଁ, ଏହାର ପୂର୍ଣ୍ଣ ଉପଯୋଗ ଏପର୍ଯ୍ୟନ୍ତ କରଯାଇ ନାହିଁ । ଓଡ଼ିଶାର ଜନସଂଖ୍ୟାର ଶତକଡ଼ା ୭୦ ଭାଗ କୃଷି ଉପରେ ନିର୍ଭରଶୀଳ । ଯେଉଁ ପର୍ଯ୍ୟନ୍ତ କୃଷିର ଆଶାନୁରୂପ ଉନ୍ନତି ହୋଇନାହିଁ, ସେ ପର୍ଯ୍ୟନ୍ତ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ଅସମ୍ଭବ । ରାଜ୍ୟ ସରକାର କୃଷିକୁ ଶିଳ୍ପର ମାନ୍ୟତା ଦେଉଛନ୍ତି । କୃଷିକୁ ଅଗ୍ରାଧିକାର ଦେବାପାଇଁ, ପ୍ରଥମଥର ପାଇଁ ଏକ କୃଷି ନୀତି ପ୍ରଣୟନ କରାଯାଇଛି, ଏହା କୃଷିକ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବାର ଆଶା କରଯାଏ ।

ଓଡ଼ିଶା ବିଶେଷ ଭାବେ ଏକ ଗ୍ରାମୀଣ ଓ କୃଷି ଅର୍ଥନୀତି ଭିତ୍ତିକ ରାଜ୍ୟ । ଏହାର ଜନସଂଖ୍ୟାର ପାଖାପାଖି ଶତକଡ଼ା ୮୩ ଭାଗ ଲୋକ ଗ୍ରାମାଞ୍ଚଳରେ ବାସ କରନ୍ତି ଓ ପ୍ରାୟ ଶତକଡ଼ା ୬୧.୮ ଭାଗ ଲୋକବଳ କୃଷିକ୍ଷେତ୍ରରେ ନିୟୋଜିତ ଥାଆନ୍ତି । ରାଜ୍ୟର ମୋଟ ଘରୋଇ ଉତ୍ପାଦକୁ ଏମାନଙ୍କର ଅବଦାନ ପ୍ରାୟ ଶତକଡ଼ା ୧୮ ଭାଗ । ଜାତୀୟ ମୋଟ ଘରୋଇ ଉତ୍ପାଦକୁ ଓଡ଼ିଶାର ଅବଦାନ ପ୍ରାୟ ଶତକଡ଼ା ୩ ଭାଗ ।

ଏହି ଶତାବ୍ଦୀର ପ୍ରାରମ୍ଭରୁ ବିଗତ ୧୬ ବର୍ଷ ମଧ୍ୟରେ (୨୦୦୦-୨୦୦୧ରୁ ୨୦୧୬-୧୭) ଓଡ଼ିଶାର ମୋଟ ଘରୋଇ ଉତ୍ପାଦ ପ୍ରକୃତ ପକ୍ଷରେ ଦ୍ୱିଗୁଣିତ ହୋଇଛି । ଏହି ସମୟରେ ରାଜ୍ୟର ଅଭିବୃଦ୍ଧି ହାର ବାର୍ଷିକ ଶତକଡ଼ା ୪.୫ ଭାଗ ଏବଂ ଏହା ଜାତୀୟ ବାର୍ଷିକ ଅଭିବୃଦ୍ଧି ହାର ୩.୧ ଭାଗରୁ ଅଧିକ ରହିଛି ।

ଓଡ଼ିଶାର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ହାରାହାରି ଉତ୍ପାଦନ ପ୍ରାୟ ୭୫,୮୦୦ କୋଟି ଟଙ୍କା ହେବ । ଏହାର ଅର୍ଦ୍ଧାଧିକ ପ୍ରାୟ ୪ ଗୋଟି ଉତ୍ପାଦ ଯଥା: ଧାନ, ମାଂସ, ଦୁଗ୍ଧ ଓ ବାଇଗଣରୁ ଆସିଥାଏ । ଏଥି ମଧ୍ୟରୁ ଶତକଡ଼ା ୨୪.୪୦ ପ୍ରତିଶତ ଧାନରୁ, ୧୧.୩୦ ପ୍ରତିଶତ ମାଂସରୁ, ୯.୧୦ ପ୍ରତିଶତ ଦୁଗ୍ଧରୁ ଓ
୬.୮୦ ପ୍ରତିଶତ ବାଇଗଣରୁ (ପନିପରିବାର ମୋଟ ଭାଗିଦାରୀ ୨୫.୩୦ ଭାଗ) ଆସିଛି ।

୨୦୧୫-୧୬ରେ ଓଡ଼ିଶାରେ କୃଷକଙ୍କର ହାରାହାରି ବାର୍ଷିକ ଆୟ ୭୭୩୧ ଟଙ୍କା ଥିଲା । ଏହି ଆୟ ୨୦୦୨-୦୩ ବର୍ଷରେ ୧୦୬୨ ଟଙ୍କା ଥିଲା । ୨୦୦୨-୦୩ରୁ ୨୦୧୫-୧୬ ମଧ୍ୟର ଏହି ୧୩ ବର୍ଷରେ ଓଡ଼ିଶାର କୃଷକଙ୍କ ଆୟ ବୃଦ୍ଧି ଭାରତ ବର୍ଷରେ ସର୍ବାଧିକ ହୋଇଛି ଓ ଏପରିକି ରାଜ୍ୟର ମୋଟ ଘରୋଇ କୃଷି ଉତ୍ପାଦ ବୃଦ୍ଧିଠାରୁ ଆହୁରି ଦ୍ରୁତ ବୃଦ୍ଧି ପାଇଛି ।

ବିଗତ ବର୍ଷମାନଙ୍କର ଏହି ବୃହତ୍ ଉପଲବ୍ଧିକୁ ‘ସମୃଦ୍ଧି–କୃଷିନୀତି-୨୦୨୦’ରେ ପ୍ରାଧାନ୍ୟ ଦିଆଯାଉଛି । ଏହି କୃଷିନୀତିରେ କୃଷକ, ଭାଗଚାଷୀ, ଭୂମିହୀନ କୃଷକ ପରିବାରଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଵଚ୍ଛଳତା ନିମନ୍ତେ ପରିବାରଙ୍କୁ ଗୁରୁତ୍ଵ ଦିଆଯାଉଛି । ଏକ ସ୍ଥାୟୀ ଓ ବାସ୍ତବ, ପରିବେଶ ଅନୁକୂଳ, ଅର୍ଥନୈତିକ ଓ ବୈଷୟିକ ଜ୍ଞାନ ସମ୍ପୂର୍ଣ୍ଣ ଓଡ଼ିଶା ଗଠନ ନିମନ୍ତେ କୃଷିକ୍ଷେତ୍ରରେ ଥିବା ବ୍ୟାପକ ଅବ୍ୟବହୃତ କ୍ଷମତା ବାସ୍ତବରେ ପରିଣତ କରାଇବା ଲକ୍ଷ୍ୟ ରହିଛି ।

 

ଓଡ଼ିଶାର ପୂର୍ବ କୃଷିନୀତି

୧୯୯୬ ମସିହାରେ ଓଡ଼ିଶା ସରକାର ତା’ର ପ୍ରଥମ କୃଷିନୀତି ଘୋଷଣା କରିଥିଲେ । ଏହି କୃଷିନୀତି କୃଷିକୁ ଶିଳ୍ପର ମାନ୍ୟତା ଦେଇଥିଲା । କୃଷିକ୍ଷେତ୍ରରେ ଶତକଡ଼ା ୪ ଅଭିବୃଦ୍ଧି ଓ ଚିରସ୍ଥାୟୀ କୃଷି ବିକାଶ, ସମନ୍ୱିତ କୃଷି, ଜୈବ କୃଷି, କୃଷି ପ୍ରକ୍ରିୟାକରଣ ଓ କୃଷି ସଂପ୍ରସାରଣର ପୁନର୍ବିନ୍ୟାସ ମାଧ୍ୟମରେ କୃଷକଙ୍କର ଆର୍ଥିକ ସ୍ଥିତିର ଉନ୍ନତି ଆଣିବା ଉପରେ ଗୁରୁତ୍ଵ ଦିଆଯାଇ ୨୦୦୮ ମସିହାରେ ଦ୍ଵିତୀୟ କୃଷିନୀତି ପ୍ରଣୟନ କରାଯାଇଥିଲା । କୃଷକଙ୍କ ଆୟବୃଦ୍ଧି ଓ ସାମାଜିକ ମଙ୍ଗଳକୁ ସର୍ବାଧିକ ଗୁରୁତ୍ଵ ଦେବା ନିମନ୍ତେ ତୃତୀୟ କୃଷିନୀତି ୨୦୧୩ ମସିହାରେ ପ୍ରଣୟନ କରାଗଲା । ରାଜ୍ୟ ସରକାର ତା’ର ଚତୁର୍ଥ କୃଷିନୀତି ୨୦୨୦ ପ୍ରକାଶ କରିଛନ୍ତି । ଯେଉଁଥିରେ କୃଷି ବିଭାଗର ପଞ୍ଚବାର୍ଷିକ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଛି ।

 

କୃଷିନୀତିର ଲକ୍ଷ୍ୟ

କୃଷକମାନଙ୍କ ମଙ୍ଗଳ, ନିରନ୍ତର ଆୟବୃଦ୍ଧି ଓ ନିଶ୍ଚିତ ପୁଷ୍ଟିସୁରକ୍ଷା ଉପରେ ଗୁରୁତ୍ଵ ପ୍ରଦାନ କରି ଓଡ଼ିଶାର କୃଷିକ୍ଷେତ୍ରରେ ସମ୍ଭାବନାକୁ ପରିସ୍ଫୁଟନ କରିବା ବର୍ତ୍ତମାନ କୃଷିନୀତିର ମୂଳ ଲକ୍ଷ୍ୟ ।

 

କୃଷିନୀତିର ଉଦ୍ଦେଶ୍ୟ

ଏହି କୃଷିନୀତି କୃଷକମାନଙ୍କ ମଙ୍ଗଳ ନିମିତ୍ତ ଉଦ୍ଦିଷ୍ଟ ଏବଂ ଆଗାମୀ ପାଞ୍ଚ ବର୍ଷରେ ନିମ୍ନଲିଖତ ଉଦ୍ଦେଶ୍ୟ ସାଧନ ଉପରେ ଗୁରୁତ୍ଵ ପ୍ରଦାନ କରୁଛି;

  • କୃଷକମାନଙ୍କ ଆୟର ନିରନ୍ତର ଅଭିବୃଦ୍ଧି ନିଶ୍ଚିତ କରିବା
  • କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀମାନଙ୍କର ଅନ୍ତର୍ଭୁକ୍ତ ମୂଳକ ବିକାଶ ପ୍ରକ୍ରିୟାକୁ ସୁଦୃଢ଼ କରିବା
  • କୃଷି ଅଭିବୃଦ୍ଧିର ନିଶ୍ଚିତ ଚିରନ୍ତନ, ସ୍ଥାୟୀ ଓ ବିସ୍ତାରିତ ପ୍ରକ୍ରିୟାକୁ ନିଶ୍ଚିତ କରାଇବା ।

 

କୃଷିନୀତିର ଅଷ୍ଟସ୍ତମ୍ଭ

ଏହି କୃଷିନୀତିରେ ବିଭାଗଭିତ୍ତିକ ଯୋଜନା ଏହି ଅଷ୍ଟସ୍ତମ୍ଭ ‘ସମୃଦ୍ଧି’ ଉପରେ ପର୍ଯ୍ୟବସିତ