ଆବିର୍ଭାବ :- ୧୪-୦୧-୧୯୩୮
ତିରୋଧାନ :- ୧୪-୦୧-୨୦୧୬
ଜନ୍ମସ୍ଥାନ :- ଜଗନ୍ନାଥ ପ୍ରସାଦ, ଗଞ୍ଜାମ
ସାହିତ୍ୟ-ସାଧକ ଶ୍ରୀ ଅନ୍ନଦା ପ୍ରସାଦ ରାୟ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ ମାତ୍ର ଯାଜପୁର ଜିଲ୍ଲା ଅନ୍ତର୍ଗତ ରାମବାଗ ତାଙ୍କର ପିତୃଭୂମି ଥିଲା । ସେ ଏକାଧାରରେ ଜଣେ ରାଜନୀତିଜ୍ଞ, ସାହିତ୍ୟସ୍ରଷ୍ଟା ତଥା ସମାଜସେବକ ଥିଲେ । ତାଙ୍କଦ୍ଵାରା ପ୍ରକାଶିତ ପତ୍ରିକା ‘ଅଗ୍ନିବୀଣା’ ଓଡ଼ିଶାରେ ଖୁବ୍ ଲୋକପ୍ରିୟତା ଅର୍ଜନ କରିଥିଲା । ବାମପନ୍ଥୀ ଓ ପ୍ରଗତିବାଦୀ ଚିନ୍ତାଧାରା ତାଙ୍କ ସାହିତ୍ୟ ରଚନାର ମୂଳାଧାର ଥିଲା ।
ରଚନାବଳୀ – ଏ ଐ ଐରାବତ, କଞ୍ଚୁକୀ ଓ କାଞ୍ଚୁଲା, ଦେହୀ ଦେହ ବୈଦେହୀ, ପୌରୁଷର ପ୍ରାର୍ଥନା, ଅଜଣା ଗଛର ମାୟା, ବିନିମୟ, ରାଇର ଚିଠି, ପ୍ରୀତିନନ୍ଦାର ରାତ୍ରି, ଚନ୍ଦନ କୁଙ୍କୁମ, ଦୁଇଟି ଆଖି, ମାଟିର ଲୁହ, ପଥାନ୍ତର ଓ ଦତ୍ତା ।