ସୁଖର ଜୀବନ ଯେ ଅତି ଦୂରରେ କାଳିଲେସା ହେଲାଭଳି ଦିଶୁଥିବା ଅସ୍ପଷ୍ଟ ଗଛ ପରି ଆଶା ଦିଗ୍ବଳୟବି ଦେଖାଯାଉଥିଲା ତା’ ନୁହେଁ, ଫଳନ୍ତି ଗଛ ମୂଳେ ଛିଡ଼ାହୋଇ ହାତ ବଢ଼ାଇଲେହିଁ ଫଳ ଆଗ ହାତକୁ ଆସିଯାନ୍ତା ଓ ଖାଇବାହିଁ ଯାହା ପରିଶ୍ରମ–ଏହି ଅବସ୍ଥାରେ ମୁଁ ସେ ଗଛ ଛାଡ଼ି ଦେଇଛି-। ଚାରିଆଡ଼େ ନିରାହାରଙ୍କ ହାହାକାର–ଓ ହାହାକାରରେ ସାନ୍ତ୍ୱନା ମିଳୁଛି, ଅନ୍ୟ ବାଟରେ ଅଭ୍ୟସ୍ତ ହେବାପାଇଁ ଉପଦେଶ ।
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy