ଚମକି ପଡ଼ିଲେ ରାଜଗୁରୁ ଚାରିପଟରେ ଅପୂର୍ବ ବାସ୍ନା । ଏ ତ ଶ୍ରୀ ମନ୍ଦିରର ବାସ୍ନା । ବଡ଼ଠାକୁର ଚାଲିଗଲାବେଳେ ତ ଭାସି ଆସେ ଏଇ ବାସ୍ନା । ଚିନ୍ତା କରୁଥିଲେ “ଠାକୁର ଦୃଶ୍ୟ ପୁଣି ଅଦୃଶ୍ୟ’’ । ସେ ଏକ ଅନୁଭବ । ସେ ବିଦ୍ୟମାନ ମାଟିରେ, ପାଣିରେ, ପବନରେ ଆଉ ଏଇ ମାଟିର ପିଣ୍ଡରେ ଆତ୍ମା ରୂପରେ ସବୁରି ପ୍ରାଣୀର ଦେହରେ । ଏ ଦେହ ରଥରେ ସେ ସଦା ଆସୀନ । ଏଇ ଦେହ ତାଳଧ୍ଵଜ, ନନ୍ଦିଘୋଷ, ଆଉ ଦର୍ପଦଳନ ରଥର ପ୍ରତୀକ ।
ବହି - ବସୁଧା ଲେଖକ - ଚୌଧୁରୀ ବରଦାପ୍ରସନ୍ନ ଦାସ https://ova.gov.in/de/ReadEbooks?bid=k8Mdt1A3waw=
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy