ମୁଁ ଶୃଙ୍ଖଳିତ । କିନ୍ତୁ ଶୃଙ୍ଖଳାରେ ଭରା ମୋର ମନ,ହୃଦୟ ଓ କର୍ମର ପ୍ରେରଣା । ଏ ଶୃଙ୍ଖଳାରେ ବିଶୃଙ୍ଖଳା ସୃଷ୍ଟି କରିଚାଲିଛ ତମେମାନେ, ହେ ମୋର ପ୍ରିୟ ଦେଶବାସୀ । ତମେ ମୋତେ ବାନ୍ଧି ରଖିବାକୁ ଚାହଁ । ମୋ ହାତ ଗୋଡ଼ରେ ବେଡ଼ି ପିନ୍ଧାଇବାକୁ ଚାହଁ । କାରଣ ମୁଁ ‘ମୁକ୍ତି’କୁ ଭଲପାଏ-ସ୍ୱାଧୀନ ଚିନ୍ତାର ସମର୍ଥକ, ଅନୁଶାସିତ ମନର ପୃଷ୍ଠପୋଷକ । ମୁଁ ଶାସିତ ହେବାକୁ ଚାହେଁ, କିନ୍ତୁ ଦୁଃଶାସନ ଦ୍ୱାରା ନୁହେଁ । ମୁଁ ଶୃଙ୍ଖଳିତ ହେବାକୁ ଚାହେଁ କିନ୍ତୁ ବିଶୃଙ୍ଖଳା ଦ୍ୱାରା ନୁହେଁ ।
ଲେଖକ– ଡକ୍ଟର ଭାବଗ୍ରାହୀ ମିଶ୍ର ଅଧିକ ଜାଣନ୍ତୁ...
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy