ସମାଜର ପରିବର୍ତ୍ତନ କଥା ଆମେ ସମସ୍ତେ କହୁଛେ । ଏହା ଏକ ଗଭୀର ପ୍ରଶ୍ନ ବୋଲି ମଧ୍ୟ, ବିଚାର କରୁଛେ । ସମାଜ ପରିବର୍ତ୍ତନ ପଦ୍ଧତି ପର୍ବତାରୋହଣ ପଦ୍ଧତି ସହ ତୁଳନୀୟ । ଏଥିପାଇଁ ଭଲପାଇବା, ସଂଯମ ଓ ସହନଶୀଳତାର ଅପରିମିତ ଶକ୍ତି ଆବଶ୍ୟକ । ଯାହା ପାଖରେ ଏହାର ଅଭାବ ରହିଛି ସେ କେବେହେଲେ ସମାଜ ପରିବର୍ତ୍ତନ ପାଇଁ ଯୋଗ୍ୟ ବ୍ୟକ୍ତି ନୁହେଁ । ବର୍ତ୍ତମାନ ସମୟ ଆସିଛି ଆମେ ସମସ୍ତେ ନିଜକୁ ପ୍ରସ୍ତୁତ କରିବା ଖାଲି ସମାଜ ପରିବର୍ତ୍ତନ ପାଇଁ ନୁହେଁ, ଏକ ବିକଳ୍ପ ସଂସ୍କୃତି, ଇତିହାସ ଓ ଜିଜ୍ଞାସାର ନବନିର୍ମାଣ ପାଇଁ ।
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy