ଆକାଶରେ ଭାସୁଥିବା ମେଘ ଚେନାଏ ଦିନେ ନା ଦିନେ ବର୍ଷିବ ଏଇ ଆଶା ଶକ୍ତି ଦିଏ ସମସ୍ତଙ୍କୁ ସବୁ ସମସ୍ୟାର ସମାଧାନ କରିବା ପାଇଁ । ସବୁ ଦୁଃଖ କଷ୍ଟ ସହିଯିବା ପାଇଁ । ବଞ୍ଚିତର ଦୁଃଖଗୁଡ଼ା ଠିକ୍ ଏଇ ଶୀତଦିନର କଷଣ ପରି । କିଛି ପ୍ରତିକାର ନାହିଁ, କେବଳ ସହିଯିବାକୁ ହୁଏ । ସେଥିପାଇଁ ବୋଧହୁଏ ଭାଗବତରେ ଅଛି– ‘‘କର୍ମ କଷଣ ଦେବ ସହେ, ଅରଣ୍ୟେ ଅଜଗର ପ୍ରାୟେ ।’’
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy