ମହୁଲ ଫୁଲର ଏକ ଆମୋଦକର ଗନ୍ଧ ମନଭିତରେ ଉନ୍ମାଦନା ଆଣୁଥିଲା । ଦୂରରେ ମାଦଳ ବାଜିବାର ଶୁଭୁଥିଲା । ନିକଟରେ ନହେଲେ ବି ଦୂରରେ କୌଣସି ଜୁଆଙ୍ଗ ବସ୍ତି ଥିବାର ଅନୁମାନ କରୁଥିଲେ ଯୁବକ ଜଣକ । ସକାଳେ କାଁଭାଁ କେଉଁଠି ଗୋଟିଏ ଦୁଇଟି ଜୁଆଙ୍ଗ ବସ୍ତିଥିବା କଥା ବ୍ରାହ୍ମଣୀପାଳର ଜଣେ ଗ୍ରାମବାସୀ କହିଥିଲେ । ରାତ୍ରୀର ବୟସ ଧୀରେ ଧୀରେ ବଢ଼ୁଥିଲା । ଚୋରାବତୀ ଜାଳି ନିଜର ପକେଟ୍ ଘଣ୍ଟାକୁ ଚାହିଁ ସମୟ ଦେଖିଲେ ଯୁବକ ଜଣକ ଘ ୧୦।୩୫ ମିନଟ୍ ।
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy